ଆଜିଠାରୁ ଆରମ୍ଭ ହେବ ବଡ ଦେବଙ୍କ ରଥ କାର୍ଜ୍ୟ

ପୁରୀ : ଆଜି ପବିତ୍ର ଜେଷ୍ଠ ତୃତୀୟାରେ ଅକ୍ଷୟ ତୃତୀୟା ପାଳନ କରାଯାଇଥା । ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉଙ୍କ ରଥକାଠ ଅନୁକୂଳ ହେବ। ସହ ରଥଖଳାରେ ତିନିଟି ଧଉରା କାଠ ପୂଜାର୍ଚ୍ଚନା କରାଯାଇ ରଥ କାର୍ଜ୍ୟ ଅନୁକୂଳ ହୋଇଥ । ପ୍ରଥମେ ଶ୍ରୀମନ୍ଦିରରୁ ଆଜ୍ଞା ମାଳ ଆସିବା ପରେ ରାଜଗୁରୁ ନୀତି ନିୟମରେ ପୂଜା କରିବା ପରେ ମହାରଣା ସେବାୟତ ମାନେ ରଥ କାଠ ଅନୁକୂଳ କାର୍ଜ୍ୟ କରିଥାନ୍ତି । ତେବେ ଚଳିତ ବର୍ଷ ବାତ୍ୟା ‘ଫୋନି’ ଯୋଗୁ ପୁରୀ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିବାରୁ ଆଜିର ରଥ ଅନୁକୂଳ କାର୍ଜ୍ୟକୁ ନିରାଡ଼ମ୍ବର କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହାସହ ଆଜିଠାରୁ ତିନି ଦିଅଁଙ୍କ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହେଉଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ପଞ୍ଚ ମହାଦେବଙ୍କ ସହ ନରେନ୍ଦ୍ର ପୋଖରୀରେ ଚାପ ଖେଳିବେ। ଏଥିପାଇଁ ପୋଖରୀରେ ଥିବା ନନ୍ଦା ଓ ଭଦ୍ରା ଡଙ୍ଗାକୁ ସଜା ଯାଇଛି । ମହାପ୍ରଭୁ ନରେନ୍ଦ୍ର ପୋଖରୀରେ ୨୧ ଦିନ ଧରି ବାହାର ଚାପ ଖେଳିବା ପରେ ପୁଣି ୨୧ ଦିନ ପାଇଁ ଶ୍ରୀମନ୍ଦିରରେ ଭିତର ଚାପ ଖେଳିବା ନିୟମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ