ଆଜିଠାରୁ ଆରମ୍ଭ ହେବ “ମୋ ସରକାର’ ଯୋଜନା, ସହିଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେଉଛି “ମୋ ସରକାର’ ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନାର ଶୁଭାରମ୍ଭ କରିବେ । ସିଧାସଳଖ ଅଭିଯାଗକରୀଙ୍କ ସହ ଫୋନରେ ମୁଖ୍ୟମନ୍ତ୍ରୀ ଏହି ଥାନା ଓ ଡାକ୍ତରଖାନାରୁ ହିଁ କଥା ହେବେ । ଅଭିଯୋଗକାରୀଙ୍କ ଠାରୁ ଥାନା ସମ୍ପର୍କରେ ମତ ନେବେ, ଡାକ୍ତରଖାନା ସଂପର୍କରେ ବି । ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ଥାନା ସମ୍ପର୍କରେ ଅଭିଯୋଗକାରୀଙ୍କ ମତାମତ ହିଁ ଅଧିକାରୀଙ୍କ ପଦାନ୍ନତିକୁ ପ୍ରଭାବିତ ହେବାକୁ ଥିବାରୁ ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।
ବିଶେଷକରି କେଉଁ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ନଜର ପଡ଼ବ? କାହା ପାଖକୁ ଯିବ ଫୋନ୍? ଅଭିଯୋଗକାରୀ ପାଖରୁ କଣ ଉତ୍ତର ଆସିବ? ଉତ୍ତରରେ ମୁଖ୍ୟମନ୍ତ୍ରୀ ଥାନା ଉପରେ ସନ୍ତୁଷ୍ଟ ହେବେ ତ? ଏଭଳି ଅନେକ ପ୍ରଶ୍ନ ପୁଲିସ ଅଧିକାରୀଙ୍କୁ ଆନ୍ଦୋଳିତ କରିଛି । ଏ ନେଇ ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି କି ରିପୋର୍ଟ କାର୍ଡରେ ୮ ଟି ମାନଦଣ୍ଡ ଅଛି । ଏହି ଯୋଜନାର ଆରମ୍ଭ ପୂର୍ବରୁ ଆମେ ଲାକଙ୍କ ଫିଡ୍ ବ୍ୟାକ(ମତାମତ)ସଂଗ୍ରହ କରିଥିଲୁ । ଏବେ ସୁଦ୍ଧା ୫ ହଜାର ଲାକଙ୍କ ଫିଡ୍ ବ୍ୟାକ ନିଆଯାଇଥିବା ବେଳେ ଭୁବନେଶ୍”ରରେ ଏବେ ସୁଦ୍ଧା ୧୪୮ ଜଣ ଅଭିଯାଗକାରୀଙ୍କ ସହ କଥାବାର୍ତ୍ତା କରାଯାଇଛି? ସେଥିମଧ୍ୟରୁ ୯୭ ଜଣଙ୍କ ଫିଡ୍ ବ୍ୟାକ ସନ୍ତୋଷଜନକ ରହିଛି ।
ଆସନ୍ତାକାଲିର ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଥାନା ପରିସରରେ ଉଦ୍ଘାଟନ ଫଳକ ଲାଗିବା ସହ ସଚେତନତା କାର୍ଯ୍ୟକ୍ରମ ପାଇଁ ବୈଠକ ସ୍ଥଳ ପ୍ରସ୍ତୁତ ହୋଇଛି । ଏତଲା କପିକୁ ଥାନା ଟେବୁଲରେ ପ୍ରସ୍ତୁତ କରି ରଖାଯାଇଛି । ଏତଲା କପିରେ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଥିବାରୁ ଏତଲା କପିରେ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ଉଲ୍ଲେଖ ରହିଛି । ଏଥିରୁ ଫୋନ୍ ନମ୍ବର ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଭିଯୋଗକାରୀ ସହ କଥା ହେବେ । କିଛି ପୁରୁଣା ଅଭିଯୋଗ ପତ୍ରରୁ ଅଭିଯୋଗକାରୀ ସହ କଥା ହେବାକୁ ଚାହିଲେ ମଧ୍ୟ ହୋଇ ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ