ଆଜିଠାରୁ ‘କଳା ଦର୍ପଣ’ର ଦୁଇଦିନିଆ‘ ସୁଦୃଶ୍ୟ-ନେଚର’ ଚିତ୍ରକଳା କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଚିତ୍ରଶିଳ୍ପୀଙ୍କୁ ନେଇ ଗଠିତ ସଙ୍ଗଠନ ‘କଳା ଦର୍ପଣ’ ସଂଗଠନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ‘ସୁଦୃଶ୍ୟ-ନେଚର’ ଶୀର୍ଷକ ଜାତୀୟସ୍ତରୀୟ ଚିତ୍ରକଳା କର୍ମଶାଳା ତଥା ପ୍ରଦର୍ଶନୀ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଛି । ଏହି କର୍ମଶାଳା ଆସନ୍ତା୨୮ ଓ ୨୯ ତାରିଖ ଦୁଇଦିନ ଧରି ସହରର ରବୀନ୍ଦ୍ର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହି କର୍ମଶାଳାର ପ୍ରଥମ ଦିବସରେ ଭାରତର ବିଭିନ୍ନ ପ୍ରାନ୍ତରୁ ୩୨ ଜଣ ଚିତ୍ରଶିଳ୍ପୀ ବାଲେଶ୍ୱର ସହରର ଭିନ୍ନ ଭିନ୍ନ ସ୍ଥାନରେ ଭୂ-ଚିତ୍ର ଓ ପ୍ରକୃତି ଚିତ୍ର ଅଙ୍କିବେ । ଏଥି ସହିତ ଉଦୀୟମାନ ଚିତ୍ରଶିଳ୍ପୀ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ଭାରତର ବହୁ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିବେ । ଏଥିସହିତ ଚିତ୍ରଶିଳ୍ପୀମାନଙ୍କ ପ୍ରକୃତି ସମ୍ପର୍କିତ ଶ୍ରେଷ୍ଠ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେବ । କର୍ମଶାଳର ଉଦଯାପନୀ କାର୍ଯ୍ୟକ୍ରମରେ ଉତ୍କୃଷ୍ଟ ଚିତ୍ରକଳା ପାଇଁ ଶ୍ରେଷ୍ଠ ଶିଳ୍ପୀମାନଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯବି ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ଆୟୋଜିତ ହେଉଥିବା ଏହି ଦୁଇଦିନିଆ ଚିତ୍ରକଳା ପ୍ରଦର୍ଶନୀକୁ ସାଧାରଣ ଜନତା ଉପ-ଉପଭୋଗ ସହ ଏହାକୁ ସଫଳ କରିବା ପାଇଁ କର୍ମକର୍ତ୍ତାମାନେ ନିବେଦନ କରିଛନ୍ତି । ଚିତ୍ରକଳା ମାଧ୍ୟମରେ ପ୍ରକୃତି ପ୍ରତି ଲୋକଙ୍କୁ ଅକର୍ଷିତ କରିବା ତଥା ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କୁ ସଚେତନ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କଳା ଦର୍ପଣର କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଙ୍ଗଠନର ସମ୍ପାଦକ ବିଶ୍ୱଜିତ ପରମାଣିକ, କାର୍ଯ୍ୟକ୍ରମ ସଂଯୋଜକ ବିରଜା ପ୍ରସାଦ ନାୟକ ଓ ଚିତ୍ରଶିଳ୍ପୀ ଅରୁଣ କୁମାର ଜେନା ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ