ଆଜିଠାରୁ ନନ୍ଦକିଶୋର ମେମୋରିଆଲ : ଭାଗ ନେଲେ ୬ଟି ଦଳ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସିଟି କ୍ଲବ ଏବଂ କିଟ୍ ମିଳିତ ଆନୁକୂଲ୍ୟରେ ଆଜିଠାରୁ ଆୟୋଜନ ହେବାକୁ ଯାଉଛି ପ୍ରଥମ ନନ୍ଦକିଶୋର ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ଖେଳ କିଟ୍ ଫୁଟବଲ ଷ୍ଟାଡ଼ିୟମଠାରେ ଖେଳାଯିବ । ଏଥିରେ ମୋଟ ୬ଟି ଦଳ ଭାଗ ନେଉଛନ୍ତି । ସେମାନେ ହେଲେ ୟୁନିଟ୍‌-୬ ଆଥଲେଟିକ ଆସୋସିଏସନ, ନିତା ଅମ୍ବାନୀ ଫୁଟବଲ ଏକାଡ଼େମୀ, କିଟ୍ ୟୁନିଭରସିଟି, ଓଡ଼ିଶା ପୋଲିସ୍‌, ବିଡ଼ାନାସୀ ଏଫ୍‌.ସି. ଏବଂ ମନୋରମା କ୍ଲବ ଦେବଗଡ଼ । ଏହି ଟୁର୍ଣ୍ଣାମେଣ୍ଟ ପ୍ରତିଦିନ ଦୁଇଗୋଟି ମ୍ୟାଚ ଖେଳ ହେବ । ସକାଳ ୮ଟା ଏବଂ ୩.୩୦ ମିନିଟ୍ । ଚମ୍ପିଆନ ଦଳକୁ ଟ୍ରଫି ସହ ୨୦ ହଜାର ଏବଂ ରନର୍ସଅପ୍ ଦଳକୁ ୧୫ ହଜାର ନଗଦ ଅର୍ଥରାଶି ଏବଂ ପ୍ଲେୟାର ଅଫ୍ ଦି ମ୍ୟାଚ ପାଇଁ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଅର୍ଥରାଶି ଏବଂ ଟ୍ରଫି ରୁଚି ମସଲା ପକ୍ଷରୁ ପ୍ରଦାନ କରାଯିବ । ଟୁର୍ଣ୍ଣାମେଣ୍ଟ ସୁଚାରୁ ରୂପେ ପରଚାଳନା ପାଇଁ ଗୋଟିଏ କମିଟି ଗଠନ କରଯାଇଅଛି । ଏଥିରେ ଡଃ ଗଗନେନ୍ଦୁ ଦାଶ ଅଧ୍ୟକ୍ଷ ଥବାବେଳେ ଡ଼ାଇରେକ୍ଟର ଡଃ ସୌର୍ଯ୍ୟରଞ୍ଜନ ପରିଜା, ଅର୍ଗାନାଇଜ ସେକ୍ରେଟାରୀ ପ୍ରଦୀପ କୁମାର ରାଉତରାୟ, ଦିଲ୍ଲପୀ ଦାସ, ସହଦେବ ରାଉତ, ମହମ୍ମଦ ସହିଦ ଜବାର, ଭାଗ୍ୟଧର ଜଗଦେବ, କିଟ୍‌ର ରଶ୍ମିିତା ମହାନ୍ତି ପ୍ରମୁଖ ଅଛନ୍ତି । ଫାଇନାଲ ମ୍ୟାଚ୍ ୨୦ ତାରିଖ ୩.୩୦ ମିନିଟ୍‌ରେ ଅନୁଷ୍ଠିତ ହେବ । ଏଥିରେ ଅତିଥି ଭାବେ ଭାରତ ପୂର୍ବତନ ଫୁଟବଲ ଅଧିନାୟିକା ପଦ୍ମଶ୍ରୀ ବେନ୍‌ବେମ୍ ଦେବୀ ଉପସ୍ଥିତ ରହିବେ । ଭାରତର ପୂର୍ବତନ ଫୁଟବଲ ମହିଳା ଅଧିନାୟିକା ସୁଶ୍ରୀ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହେଉଅଛି । ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ସିଟି କ୍ଲବ ପକ୍ଷରୁ ଦର୍ଶକମାନଙ୍କୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ