ଆଜିଠାରୁ ବିଶ୍ୱକପ ଅଭିଯାନ ଆରମ୍ଭ ଭାରତ କୁ ଭେଟିବ ନ୍ୟୁଜଲ୍ୟାଣ୍ଡ

ଯୁଗାଦ୍ଧ ନ୍ୟୁଜ:ବ୍ୟାଟିଙ୍ଗ ବୋଲିଙ୍ଗ ରେ ଜବରଦସ୍ତ ଫର୍ମ ରେ ଥିବା ଟିମ ଇଣ୍ଡିଆ ନୂଆ ଆଶା ଉଦିପନା ନେଇ ୱାଲର୍ଡ କପ ଖେଳିବା ପାଇଁ ଇଂଲଣ୍ଡ ରେ ପହଁଚିଛି ମ୍ୟାନ ଇନ ବ୍ଲୁ । ଆଜି ଭାରତୀୟ ଦଳ ଅଭ୍ୟାସ ମ୍ୟାଚ ପାଇଁ ନ୍ୟୁଜଲାଣ୍ଡ କୁ ଭେଟିବ । ନିଜର ବ୍ୟାଟିଙ୍ଗ ଲାଇନ ପାଇଁ ବିଶ୍ୱ ରେ ପରିଚିତ ଥିବା ଭାରତ ୪ନଂ ସ୍ଥାନରେ କିଏ ଖେଳିବ ତାକୁ ନେଇ ଅନିଶ୍ଟିତତା ଲାଗି ରହିଛି । ଆଜିର ଅଭ୍ୟାସ ମ୍ୟାଚ ଜରିଆରେ ଇଂଲଣ୍ଡ ର ପିଚ୍ ଓ ଏହାର ପାଣିପାଗ ସହ ଖାପ ଖୁଆଇବାକୁ ଚେଷ୍ଟା କରିବେ ଭାରତୀୟ ଖେଳାଳି । ଦ୍ୱିତୀୟ ମ୍ୟାଚ ଆସନ୍ତା ୨୮ ତାରିଖରେ ବାଙ୍ଗଲାଦେଶ ବିରୋଧରେ ଖେଳିବ । ଜୁନ ୫ତାରିଖରେ ଭାରତ ଦକ୍ଷିିଣ ଆଫ୍ରିକା ବିରୋଧରେ ବିଶ୍ୱକପ ରେ ତାହାର ପ୍ରଥମ ମ୍ୟାଚ ଖେଳିବ । କିଙ୍ଗଷ୍ଟନ ଓଭାଲ ରେ ଏହି ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ଭାରତ ତାହାର ବୋଲିଂ ଲାଇନ ଉପରେ ଫୋକସ କରିବ ବୋଲି କ୍ରିକେଟ ସମିକ୍ଷକ ମାନେ ଅନୁମାନ କରୁଛନ୍ତି । ତେବେ ସମସ୍ତ ଙ୍କ ନଜରରେ ରହିବେ ବିରାଟ କହୋଲି ,କେଏଲ ରାହୁଲ , ବିଜୟ ଶଙ୍କର ଯେହେତୁ ଏମାନେ ମିଡିଲ ଅଡରରେ ବ୍ୟାଟିଂ କରିବେ । ନୂଆ ନିୟମ ଅନୁସାରେ ସମସ୍ତ ପ୍ରତିିଯୋଗୀ ପରସ୍ପର ବିପକ୍ଷ ରେ ଲିଗ ମ୍ୟାଚ ଖେଳୁଥିବାରୁ ଏହା ସମସ୍ତ ଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ବିଶ୍ୱକପ ଇତିହାସ ରେ ନଜର ପକାଇଲେ ଭାରତ ୧୯୮୩ ମସିହାରେ କପିଳ ଦେବ ଙ୍କ ନେତୃତ୍ୱ ରେ ପ୍ରଥମ ଥର ପାଇଁ ବିଶ୍ୱ କପ ଜିତିବାରେ ସକ୍ଷମ ହୋଇଥିଲା । ଏବଂ ୨୦୧୧ ରେ ଭାରତ ଧୋନୀ ଙ୍କ କ୍ୟାପଟେନସିଫ ରେ ମୁମ୍ବାଇ ୱାଙ୍ଖେଡ ଷ୍ଟାଡିୟମ ରେ ଆୟୋଜିତ ଏକ ରୋମାଞ୍ଚକର ମ୍ୟାଚ ରେ ଶ୍ରୀଲଙ୍କା ଟିମ କୁ ମାତ ଦେଇ ଦ୍ୱିତୀୟ ଥର ପାଇଁ ବିଶ୍ୱକପ କବଜା କରିଥିଲା । ଅନ୍ୟପଟେ ଆଇସିସି ଦିନିକିଆ ମାନ୍ୟତା ଉପରେ ନଜର ପକାଇଲେ ଇଂଲଣ୍ଡ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । କୁହାଯାଉଛି ଯେ ଚଳିତ ବିଶ୍ୱକପରେ ଭାରତ ମୁଖ୍ୟ ଦାବିଦାର ରହିବ । ଯଦି ଆମେ ଟିମ ଉପରେ ନଜର ପକାଇବା ତେବେ ଦୁଇ ଓପନୋର ବ୍ୟାଟସ ମ୍ୟାନ ରୋହିତ ଶର୍ମା ଓ ଶିଖର ଧୱନ ବିଶ୍ୱର ଶ୍ରେଷ୍ଠ ଓପନିଂଙ୍ଗ ଯୋଡି ଏମାନଙ୍କୁ ସାଥ ଦେବା ପାଇଁ କ୍ୟାପଟେନ ବିରାଟ କହୋଲି ଷ୍ଟାଟାଜି ମେକର ଏମ ଏସ ଧୋନି ଓ କେଦାର ଯାଦବ ଏବଂ ବ୍ୟାଟିଙ୍ଗ ଓ ବୋଲିଂ ରେ କୈ÷ାଶଳ ଦେଖାଇଥିବା ହାର୍ଦ୍ଧିକ ପାଣ୍ଡିୟା ଓ ତା ସହିତ ଶାଣିତ ବୋଲିଂ ପାଇଁ ନିଜର ପରିଚୟ ସୃଷ୍ଟି କରିଥିବା ଜସପ୍ରିତ ବୁମରାହ ଓ ଭୁବନେଶ୍ୱର ଙ୍କ ଉପରେ ଭାରତ ବୋଲିଂ ପାଇଁ ନିର୍ଭର କରିବ । ଏହା ସହିତ ସ୍ପିନ ଆଟକ କୁ ଆଗ୍ରେସିଭ କରିବା ପାଇଁ କୁଲଦିପ ୟାଦବ ୟେଜୁ ବେନ୍ଦ୍ରର ଚାହଲ ଟିମ ରେ ସାମିଲ ଅଛନ୍ତି । ଅନ୍ୟପଟେ ନ୍ୟୁଜଲ୍ୟାଣ୍ଡ ର ପୂର୍ବତନ ଅଧିନାୟକ ରସ୍ ଟେଲର କହିସାରିଛନ୍ତି ଏତେ ବଡ ଅଭିଯାନ ପୂର୍ବରୁ ଶକ୍ତିଶାଳୀ ଭାରତ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବା ଶୁଭଙ୍କର ଅଟେ । ତେବେ ଦେଖିବାକୁ ବାକି ରହିଲା ଭାରତ ଚଳିତ ବିଶ୍ୱକପ ରେ କିଭଳି ଭାବେ ତାର ଅଭିଯାନ କୁ ଆରମ୍ବ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ