ଆଜିଠାରୁ ରାଜ୍ୟସ୍ତରୀୟ ଫୁଟ୍ ଭଲି ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର : ଦ୍ୱିତୀୟ ବାର୍ଷିକ ଶ୍ରୀକୃଷ୍ଣ ବିଶ୍ୱାଳ ରାଜ୍ୟସ୍ତରୀୟ ଫୁଟ୍ ଭଲି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ମମତାଜ ଅଲ୍ଲୀ ହାଇସ୍କୁଲ୍ ଖେଳ ପଡ଼ିଆରେ ସିଟି କ୍ଲବ ନୟାପଲ୍ଲୀ ଏବଂ ଭୁବନେଶ୍ୱର ଫୁଟ୍ଭଲି ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ଟୁର୍ଣ୍ଣାମେଣ୍ଟ ୧୪ ଓ ୧୫ ଦୁଇଦିନ ଧରି ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗିତାରେ ପୁରୁଷ ଓ ମହିଳା ବିଭାଗରେ କଟକ, ପୁରୀ, ଢେଙ୍କାନାଳ, ଫୁଲବାଣୀ, ଯାଜପୁର, ଭଦ୍ରକ, କନ୍ଧମାଳ ଓ ଭୁବନେଶ୍ୱର ସମେତ ୮ଗୋଟି ଲେଖାଏଁ ଦଳ ଭାଗ ନେବେ । ଉକ୍ତ ପ୍ରତିଯୋଗିତାରେ ଆନ୍ତର୍ଜାତିକସ୍ତରରେ ଫୁଟ୍ ଭଲି ଖେଳରେ ଭାଗ ନେଉଥିବା ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସଙ୍ଗେ ସଙ୍ଗେ ଗତବର୍ଷ ଜାତୀୟ ଫୁଟ୍ ଭଲି ପ୍ରତିଯୋଗିତାରେ ଚମ୍ପିଅନ ହୋଇଥିବା ଓଡ଼ିଶାର ପୁରୁଷ ଓ ମହିଳା ଖେଳାଳୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ବ୍ୟବସ୍ଥା ରହିଅଛି । ଏହା ସହିତ ଚଳିତ ପ୍ରତିଯୋଗିତାରେ ବିଜେତା ଓ ଉପବିଜେତା ଦୁଇ ଦଳଙ୍କୁ ଅର୍ଥରାଶି ସହ ଟ୍ରଫି ମଧ୍ୟ ପ୍ରଦାନ କରଯିବା ପାଇଁ ମୁଖ୍ୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ପାର୍ଥ ବିଶ୍ୱାଳ ଘୋଷଣା କରିଅଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ଫେଡ଼େରେସନର ସମ୍ପାଦକ ଶ୍ରୀଯୁକ୍ତ ରାମ ଅବତାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।