ଆଜିଠୁଁ ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆଜି ଠାରୁ ଓଡିଶା ରାଜସ୍ୱ କ୍ଷେତ୍ର ଅଧିକାରୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି । ଜିଲ୍ଲାର ସମସ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀମାନେ ଆଜି ଠାରୁ ଦାବି ପୁରଣ ହେବା ପର୍ଯ୍ୟନ୍ତ ଆଉ କୈାଣସି ରାଜସ୍ୱ ବିଭାଗର କାର୍ଯ୍ୟ କରିବେ ନାହିଁ । କେବଳ ପରୀକ୍ଷା ଦାୟୀତ୍ୱ ସମେତ ଅନ୍ୟାନ୍ୟ ଜରୁରୀକାଳୀନ କାର୍ଯ୍ୟକୁ ଛାଡି ଦେଲେ ଅନ୍ୟ କୈାଣସି ସରକାରୀ କାର୍ଯ୍ୟ ସେମାନେ କରିବେ ନାହିଁ ବୋଲି ସଙ୍ଘ ପକ୍ଷରୁ ଆଜି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ସଙ୍ଘର ଦାବି ଗୁଡିକ ମଧ୍ୟରେ ଓଡିଆରଏସ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁର୍ନଗଠନ, ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ବେତନ ସଂରଚନାରେ ପରବର୍ତ୍ତୀ ସ୍ତରକୁ ଯଥା ଓଆରଏସପି ସ୍ତର-୮(ସେଲ-୧) ଏବଂ ୯୦ପ୍ରତିଶତ ରାଜସ୍ୱ ନିରୀକ୍ଷକ ପଦବୀ ପଦୋନ୍ନତି ଭାବରେ ସ୍ଥିର କରାଯିବା, କଟକ ରାଜସ୍ୱ ପରିଷଦଙ୍କ ଦ୍ୱାରା ପ୍ରକାଶିତ ଜବ୍ ଚାର୍ଟରେ ଧାର୍ଯ୍ୟ କରା୍ାଇଥିବା କାର୍ଯ୍ୟ ସୂଚୀ ଅନୁସାରେ ରାଜସ୍ୱ ସୁପରଭାଇଜର ପଦର ନାମକରଣ ଅତିରିକ୍ତ ତହସିଲଦାର ପଦକୁ ପରିବର୍ତ୍ତନ କରାଯାଇ ତଦନୁସାରେ ୩:୧ ରାଜସ୍ୱ ମଣ୍ଡଳରେ ତହସିଲ ଗୁଡିକରେ ନିଯୁକ୍ତ କରାଯିବା, ଓଏଏସ ପାଇଁ ଶତକଡା ୨୫ପ୍ରତିଶତ ପଦବୀ ପଦୋନ୍ନତି ଯୋଗ୍ୟ ରାଜସ୍ୱ ସୁପରଭାଇଜର(ପ୍ରସ୍ତାବିତ ଅତିରିକ୍ତ ତହସିଲଦାର)ଙ୍କ ଦରମା, ସେବା କାର୍ଯ୍ୟକାଳ ଏବଂ ରାଜସ୍ୱ ପ୍ରଶାସନର ଅଭିଜ୍ଞତା ଉପରେ ଆଧାର କରି ପଦୋନ୍ନତି ପାଇଁ ସଂରକ୍ଷିତ ରଖାଯିବ ଯେହେତୁ ଏହା ସେମାନଙ୍କ ନିଜସ୍ୱ କ୍ୟାଡର, ଓଆରଏସରେ ପଦୋନ୍ନତି ପାଇଁ ଅନ୍ୟୁନ୍ୟ ସି.ସି.ଆର. ମାନଦଣ୍ଡକୁ ବିଲୋପ କରିବା ଏବଂ ଅମଲା କର୍ମଚାରୀଙ୍କ ପାଇଁ ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ ପାଇଁ ୪୦:୬୦ ଅନୁପାତରେ ସମୀକ୍ଷା/ ପ୍ରତ୍ୟାହାରଯାହା ପେ ମାଟ୍ରିକ୍ସ ଅନୁ୍ଯାୟୀ କୃତିତ୍ୱ ତଥା ବରିଷ୍ଠତା ଆଧାରରେ ଏକ ସାଧାରଣ ଗ୍ରେଡେସନ୍ ତାଲିକା ଦ୍ୱାରା ବଦଳାଯିବା, ସପ୍ତମ ବେତନ ସ୍କେଲର ସ୍ତର-୯ର ଆନୁମାନିକତା ଓଆରଏସର ପଦବୀକୁ ପଦୋନ୍ନତି ପାଇଁ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ସ୍ଥିର କରାଯିବା, ଓଆରଏସ ନିୟମର ନିୟମ-୬ର ଉପ-ନିୟମ-୧ର ଧାରା-୧(କ)ରେ ଥିବା ଶଦ୍ଦ “ରାଜସ୍ୱ କ୍ଷେତ୍ର କର୍ମଚାରୀ” ଦ୍ୱାରା ମନସୋଲିଡେଟର ଗ୍ରେଡ-୧ କାନୁନଗୋ, ରାଜସ୍ୱ ସୁପରଭାଇଜର, ରାଜସ୍ୱ ଇନିସପେକ୍ଟର ଶଦ୍ଦାବଳୀକୁ ପ୍ରତିସ୍ଥାପନ କରାଯିବା, ଗତ ତା ୧.୦୧.୨୦୦୬ରୁ ଆର.ଆଇ., ଏ.ଆର.ଆଇ. ଏବଂ ରାଜସ୍ୱ ସୁପରଭାଇଜରଙ୍କ ବେତନ ବର୍ଦ୍ଧିତ ସ୍କେଲରେ ଧାର୍ଯ୍ୟ କରାଯିବା, ତା ୧୯.୦୨.୨୦୨୦ରିଖ ବିଜ୍ଞପ୍ତି ଅନୁଯାୟୀ ଆଉଟସୋର୍ସିଂ ମାଧ୍ୟମରେ ରାଜସ୍ୱ ନିରୀକ୍ଷକ ମଣ୍ଡଳ ପାଇଁ ଗ୍ରୁପ -ଡି ପଦ ଗୁଡିକ ପୁରଣ କରାଯିବା, କାର୍ଯ୍ୟସୂଚୀରେ ଆବଶ୍ୟକ ପରିବର୍ତ୍ତନ ପରେ କୃଷି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଯେପରିକି କୃଷକ ତଥ୍ୟ ଯାଞ୍ଚ, ସିସିଇ ଇତ୍ୟାଦି କୃଷି ବିଭାଗକୁ ସ୍ଥାନାନ୍ତର କରାଯିବା ଦାବି ଗୁଡିକ ରହିଛି । ଏହି ଦାବି ଗୁଡିକ ପୁରଣ ହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଏଡିଏମ,କେନ୍ଦ୍ରାପଡା ଏବଂ ତହସିଲଦାର କେନ୍ଦ୍ରାପଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସଙ୍ଘର ସଭାପତି ଜାନକୀ ବଲ୍ଲଭ ପଣ୍ଡା, କାର୍ଯ୍ୟକାରୀ ସଭାପତି ବିଶ୍ୱବିଜୟୀ ପରିଡା, ସମ୍ପାଦକ ରଣଜିତ କୁମାର ସାହୁ, କୋଷାଧ୍ୟକ୍ଷ ଦୀପକ କୁମାର ଦାସ, ଯୁଗ୍ମ ସମ୍ପାଦକ ବିଜୟକୁମାର ଜେନା, ଉପସଭାପତି ମନୀଷା ପ୍ରିୟଦର୍ଶିନୀ ଷଡଙ୍ଗୀ, ସମୀକ୍ଷକ ପବିତ୍ର କୁମାର ବେହେରା, ମାନସରଞ୍ଜନ ନାଥ, ଜୟଶ୍ରୀ କର, ସଂଗଠନ ସମ୍ପାଦକ ଶକ୍ତି ପ୍ରସାଦ ରଥ, ଏ.ଏଫ. ଆର୍ଯ୍ୟକୁମାର, ବିଚିତ୍ରାନନ୍ଦ ସାହୁ, ଗୁଣନିଧି ବେହେରା, ପ୍ରକାଶ ସେଠୀ, ସନ୍ଧ୍ୟାରାଣୀ ବରାଳ, ଶୁଭେନ୍ଦୁ ମଣ୍ଡଳ, ଶୁଭଶ୍ରୀ ଦାସ, ଆରକ୍ଷ ଖିଲାର, ପଲ୍ଲବ ପ୍ରିତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।