ଆଜିଠୁ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ : ଜୁନ୍‌ ୧ରୁ ଓଡ଼ିଶା ଦେଇ ଚାଲିବ ଟ୍ରେନ୍‌

ଭୁବନେଶ୍ବର: ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ଟିକେଟ ବୁକିଂ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୧ରୁ ରେଲଓ୍ବେ ପକ୍ଷରୁ ୨୦୦ଟି ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ଏଥିପାଇଁ ଆଜି ସକାଳ ୧୦ଟାରୁ ଅନ୍‌ ଲାଇନ୍‌ରେ ଟିକେଟ ବୁକିଂ ଆରମ୍ଭ ହେବ । ଏସି, ନନ୍‌-ଏସି ଓ ଜେନେରାଲ୍‌ କ୍ଲାସ୍‌ କୋଚ୍‌ ପାଇଁ ରିଜର୍ଭେସନ ରହିବ। ଏହାବ୍ୟତୀତ ଆରଏସି ଏବଂ ଓ୍ବେଟିଂ ଲିଷ୍ଟ୍‌ ପ୍ରସ୍ତୁତ ହେବ। କିନ୍ତୁ ଓ୍ବେଟିଂ ଲିଷ୍ଟ୍‌ ଟିକେଟଧାରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ଜେନେରାଲ୍‌ କ୍ଲାସ୍‌ରେ ସେକେଣ୍ଡ ସିଟିଂ ଫେୟାର ଚାର୍ଜ କରାଯିବ। ଆଗୁଆ ରିଜର୍ଭେସନ୍‌ ପାଇଁ ସର୍ବାଧିକ ୩୦ ଦିନ ସମୟ ରହିବ। କେନ୍ଦ୍ର ସ୍ବାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟ ସହ ପରାମର୍ଶ ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ୧ରୁ ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ଚାଲିବ ୧୨ ଯୋଡା ଟ୍ରେନ୍‌। ଏହି ୧୨ଯୋଡା ଟ୍ରେନ୍‌ ମଧ୍ୟରେ ଭୁବନେଶ୍ବର –ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍‌, ଭୁବନେଶ୍ବର – ହାଓ୍ବଡା ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ପୁରୀ – ନୂଆଦିଲ୍ଲୀ ପୁରୁଷୋତ୍ତମ ଓ ପୁରୀ – ସିଆଲଦା ଦୁରନ୍ତ ଏକ୍ସପ୍ରେସ୍‌ ଚାଲିବ। ବିଶାଖାପାଟଣା – ନୂଆଦିଲ୍ଲୀ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍‌ ଚାଲିବ। ସିକନ୍ଦରାବାଦ – ବିଶାଖାପାଟଣା ଗୋଦାବରୀ ଏକ୍ସପ୍ରେସ୍‌ ଚାଲିବ। ହାଓ୍ବଡ଼ା-ସିକନ୍ଦରାବାଦ ଫାଲକନାମା ଓ ଧାନବାଦ – ଆଲେପି ଏକ୍ସପ୍ରେସ, ହାଓ୍ବାଡ଼ା – ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ ଚଳାଚଳ କରିବ। ହାଓ୍ବଡ଼ା-ମୁମ୍ବାଇ, ହାଓ୍ବଡ଼ା-ଅହମ୍ମଦାବାଦ ଓ ହାଓ୍ବଡ଼ା- ବଡ଼ବିଲ ଏକ୍ସପ୍ରେସ୍‌ ଗଡିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ