ଆଜିଠୁ ଆରମ୍ଭ ହେବ ନବମ ଶ୍ରେଣୀର ପାଠପଢ଼ା
ଭୁବନେଶ୍ଶ୍ୱର, (ୱାଇଏନ୍ଏସ୍): ଆଜିଠୁ ଖୋଲିବ ୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ । ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ଆରମ୍ଭ ହେବ ନବମ ଶ୍ରେଣୀର ପାଠପଢ଼ା । ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ ।ତେବେ ରବିବାର ଓ ଅନ୍ୟ ଛୁଟିଦିନରେ ପାଠପଢ଼ା ହେବନାହିଁ । ସ୍କୁଲ ଆସିବା ବାଧ୍ୟତାମୂଳକ ହେବନାହିଁ, ବାପାମାଆଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ । ଅନଲାଇନ ପାଠପଢ଼ା ମଧ୍ୟ ଜାରିରହିବ । ଅଫଲାଇନ କିମ୍ବା ଅନଲାଇନ ମୋଡରେ କ୍ଲାସ କରିପାରିବେ ପିଲା ।