ଆଜିଠୁ ନୀୟମରାଜା ପର୍ବ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ନେଇ ବର୍ଷ ବର୍ଷ ଧରି ସଂଗ୍ରାମ କରିଆସୁଥିବା ଆଦିବାସୀ, ଡଙ୍ଗରିଆ, ଓ ଝରଣିଆ କନ୍ଧଙ୍କ ନିୟମରାଜା ପର୍ବ ଆସନ୍ତା କାଲି ଠାରୁ କଳାହାଣ୍ଡି ରାୟଗଡ଼ା ସୀମାନ୍ତ ନିୟମଗିରି ଶିଖର ର ରେ ତିନିଦିନ ଧରି ଅନୁଷ୍ଟିତ ହେବ l ବହୁ ରାଷ୍ଟ୍ରୀୟ ବେଦାନ୍ତ କମ୍ପାନୀ ଠାରୁ ନିୟମଗିରି ପର୍ବତ କୁ ବଞ୍ଚାଇବାକୁ ଏଠାକାର ଆଦିବାସୀ ମାନେ ନିୟମରାଜା ଙ୍କ ଧରଣୀପେନୁ କୁ ପୂଜା କରି କୁକୁଡ଼ା, ପାରା, ବୋଦl, ପୋଢ଼ ଆଦି ବଳି ଦେଇ ନିୟମଗିରିର ସୁରକ୍ଷା ପାଇ ରକ୍ତ ଚାଉଳ ଧରି ଲଢ଼ିବା ପାଇଁ ଶପଥ ନେଇଥାନ୍ତି l ଏହି କାର୍ଯକ୍ରମ ରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଳା ର ହଜାର ହଜାର ଆଦିବାସୀ ସମେତ ରାଜ୍ଯ ତଥା ରାଜ୍ଯ ବାହାରୁ ଆନ୍ଦୋଳନ କାରି, ପାରିବେଶବିତ୍, ସମାଜସେବୀ, ସାମ୍ୱାଦିକ ସମ୍ମିଳିତ ହୋଇ ସରକାର ଓ କମ୍ପାନୀର ଆଦିବାସୀ ବିରୋଧୀ କାର୍ଯକ୍ରମକୁ ବିରୋଧ କରିବେ ବୋଲି ନିୟମଗିରି ସୁରକ୍ଷା ସମିତି ର ସଭାପତି ଲୋଦୋ ସିକୋକା ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ