ଆଜିଠୁ ୩ ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର: ଆଜିଠାରୁ କ୍ରମାଗତ ଭାବେ ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ଶୁକ୍ରବାର ମହାଶିବରାତ୍ରି ଏବଂ ଶନିବାର ମାସର ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ଛୁଟି ରହୁଛି। ତେବେ ରବିବାର ସାଧାରଣ ଭାବେ ଛୁଟି ରହୁଥିବା ଯୋଗୁ କ୍ରମାଗତ ଭାବେ ବ୍ୟାଙ୍କ ତିନି ଦିନ ପାଇଁ ବନ୍ଦ ରହିବ। ଏହାପରେ ସୋମବାରଠାରୁ ବ୍ୟାଙ୍କ କାରବାର ସ୍ବାଭାବିକ ଭାବେ ଆରମ୍ଭ ହେବ। ଅନ୍ୟପକ୍ଷରେ ମାର୍ଚ୍ଚରେ ବ୍ୟାଙ୍କଗୁଡିକ ୫ ଦିନ ଧରି ବନ୍ଦ ରହିବ ବୋଲି ଜଣାଯାଇଛି। ବିଗତ ଦିନରେ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଇଥିବା ଧର୍ମଘଟ ଡାକରାରେ ମାର୍ଚ୍ଚରେ କ୍ରମାଗତ ଭାବେ ୫ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୧୧ରୁ ୧୩ (ବୁଧବାର, ଗୁରୁବାର ଏବଂ ଶୁକ୍ରବାର) ତିନି ଦିନ ଧରି ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବ। ତେବେ ମାର୍ଚ୍ଚ ୧୪ରେ ମାସର ଦ୍ବିତୀୟ ଶନିବାର ପଡୁଛି ଏହି ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ହେବ। ସେହି ମାସର ୧୫ ତାରିଖରେ ରବିବାର ପଡୁଥିବାରୁ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। ଫଳରେ ମାସରେ ୧୧ ତାରିଖରୁ ୧୫ ତାରିଖ ପର୍ୟ୍ୟନ୍ତ କ୍ରମାଗତ ଭାବେ ବ୍ୟାଙ୍କ ବନ୍ଦ ହେବ। ଏହାପୂର୍ବରୁ ଧର୍ମଘଟ ଯୋଗୁ ଜାନୁଆରୀ ୩୧ ଏବଂ ଚଳିତମାସ ପହିଲାରେ ବ୍ୟାଙ୍କ ବନ୍ଦ ରହିଥିଲା। ସୂଚନାଯୋଗ୍ୟ, ଯଦି ଦାବି ପୂରଣ ନ ହୁଏ ତେବେ ଏପ୍ରିଲ ପହିଲାଠାରୁ ବ୍ୟାଙ୍କ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ