ଆଜିର ସମୟରେ ବି ନାରୀ ଅସୁରକ୍ଷିତ। ସାମାଜିକ ସଚେତନତା ନିତାନ୍ତ ଜରୁରୀ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଅଗ୍ରଣୀ ମହିଳା ଅନୁଷ୍ଠାନ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆଜି ସ୍ଥାନୀୟ ୟୁ-ଟେକ୍ କମ୍ପ୍ୟୁଟର ପ୍ରତିଷ୍ଠାନ ଠାରେ ଆଲୋଚନା ଏବଂ ମହାବିଦ୍ୟାଳୟ ସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇସାରିଛି। ସଂଯୋଜକ ଲୋକନାଥ ମିଶ୍ରଙ୍କ ସଂଯୋଜନାରେ ସ୍ୱାଗତସମ୍ଭାଷଣ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ, ମୁଖ୍ୟ ବକ୍ତା ଭାବେ କଳ୍ପନା ପଟନାୟକ, ସମ୍ମାନିତ ବକ୍ତା ଭାବେ, ଅନୁଶ୍ରୀ ପଟନାୟକ, ସ୍ୱତନ୍ତ୍ର ଅତିଥି ଭାବେ ସାହିତ୍ୟ ଏକାଡେମୀର ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ବିଚାରକ ଭାବେ ଭାଗବତ ପାଢ଼ୀ, ଦେବଦତ୍ତ ବେବର୍ତ୍ତା ଯୋଗ ଦେଇ ଆଜିର ସମୟରେବି ନାରୀ ଅସୁରକ୍ଷିତ ଏନେଇ ସାମାଜିକ ସଚେତନତା ନିତାନ୍ତ ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜନସ୍ବାସ୍ଥ୍ୟ ଅଧିକାରୀ ମମତା ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁରକ୍ଷିତ ନାରୀ ସୁସ୍ଥ ସମାଜ ସମ୍ପର୍କରେ କହିଥିଲେ। ସମ୍ପାଦିକା ତନୁଜା ଶତପଥୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ, ସଭାପତିତ୍ବ କରିଥିଲେ ମାନସୀ ପଣ୍ଡା ଏବଂ ସତ୍ୟ କାର୍ଯୀ, ଶାଶ୍ଵତୀ ବେବର୍ତ୍ତା, ନନ୍ଦିନୀ ଲିମା, ନେତ୍ରାନନ୍ଦ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମମତା ପାଢ଼ୀ ଧନ୍ୟବାଦ ଦେଇଥିଲେ ।