ଆଜିସୁଦ୍ଧା ରେକର୍ଡ ପରିମାଣର ଖରିଫ ଫସଲ ଚାଷ
ନୂଆ ଦିଲ୍ଲୀ:ଚଳିତ ଖରିଫ ଋତୁ ୨୦୨୦ରେ, ବର୍ତ୍ତମାନ ସୁଦ୍ଧା ରେକର୍ଡ ପରିମାଣର ୧୦୯୫.୩୮ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜମିରେ ଫସଲ ଚାଷ ହୋଇଛି । ଡାଲି, ମୋଟା ଦାନ ଶସ୍ୟ, ମାଣ୍ତିଆ ଏବଂ ତୈଳବୀଜ ଫସଲ ବୁଣା ପ୍ରାୟ ଶେଷ ହୋଇଥିବା ବେଳେ, ଧାନ ବୁଣା ଓ ରୁଆ ଜାରି ରହିଛି । ଆଜି ପର୍ୟ୍ୟନ୍ତ ଖରିଫ ଫସଲ ଚାଷ ଏବଂ ଏହାର ପରିବ୍ୟାପ୍ତ ଓ ଅଗ୍ରଗତି ଉପରେ କୋଭିଡ-୧୯ର କୌଣସି ପ୍ରଭାବ ପଡି ନାହିଁ ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ମଞ୍ଜି, କୀଟନାଶକ, ସାର, ଯନ୍ତ୍ରପାତି ଏବଂ ଋଣ ଭଳି ଇନପୁଟଗୁଡିକ ଠିକ୍ ସମୟରେ ଯୋଗାଇ ଦେବା ଦ୍ଵାରା ମହାମାରୀ ଯୋଗୁଁ ଲକଡାଉନ କାଳରେ ମଧ୍ୟ ବ୍ୟାପକ ଅଞ୍ଚଳରେ ଖରିଫ ଚାଷ କାଯ୍ୟ ସମ୍ଭବ ହୋଇପାରିଛି । କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ସମସ୍ତ ପ୍ରୟାସ ଯୋଗୁଁ ମିଶନ କାଯ୍ୟକ୍ରମ ଏବଂ ପ୍ରମୁଖ ଯୋଜନାର ସଫଳ ରୂପାୟନ ହୋଇପାରିଛି । ଶ୍ରୀ ତୋମର କହିଛନ୍ତି ଯେ ଠିକ ସମୟରେ ପଦକ୍ଷେପ ତଥା ପ୍ରଯୁକ୍ତିବିଦ୍ୟାର ଉପଯୋଗ ଓ କୃଷକମାନଙ୍କୁ ଋଣ ଯୋଗାଣ ଦ୍ଵାରା ଚାଷୀମାନେ ସରକାରୀ ଯୋଜନାର ଲାଭ ଉଠାଇ ପାରିଛନ୍ତି ।ଖରିଫ ଋତୁ ପାଇଁ ଚୂଡାନ୍ତ ଫସଲ ବୁଣାବୁଣି ପରିସଂଖ୍ୟାନ ୨ ଅକ୍ଟୋବର ୨୦୨୦ରେ ଶେଷ ହେବ । ଖରିଫ ଫସଲ ଅଧୀନରେ ବିଭିନ୍ନ ଫସଲର ବୁଣିବାର ସ୍ଥିତି ନିମ୍ନରେ ପ୍ରଦାନ କରାଗଲା:ଧାନ : ଗତ ବର୍ଷ ଏହି ସମୟ ମଧ୍ୟରେ ୩୬୫.୯୨ ଲକ୍ଷ ହେକ୍ଟର ତୁଳନାରେ ଚଳିତ ବର୍ଷ ୩୯୬.୧୮ ଲକ୍ଷ ହେକ୍ଟରରେ ଧାନ ବୁଣା ଓ ରୁଆ ଯାଇଛି ଚାଷର ବ୍ୟାପକତା ୮.୨୭% ବୃଦ୍ଧି।