ଆଜି ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦିବ୍ୟାଙ୍ଗଙ୍କ ମଧ୍ୟରେ ସକରାତ୍ମକ ମନୋଭାବ ସୃଷ୍ଟି ସହିତ ସେମାନଙ୍କ ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ଲାଗି ପ୍ରତିବର୍ଷ ଡ଼ିସେମ୍ବର ୩ ତାରିଖରେ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଥାଏ । ସାଧାରଣ ପିଲାଙ୍କ ଠାରୁ ଦିବ୍ୟାଙ୍ଗମାନେ କୌଣସି ଗୁଣରେ କମ୍ ନୁହଁନ୍ତି । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ପ୍ରତ୍ୟେକ ବ୍ୟକ୍ତି ସାହାଯ୍ୟର ହାତ ବଢାଇବା ସହ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ତ୍ରିଶୁଳିଆ ଛକ ନିକଟସ୍ଥ ରାମେଶ୍ୱର ମନ୍ଦିର ପରିସର ମଧ୍ୟରେ ଆୟୋଜିତ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଜ୍ୟୋର୍ତିବିଦ୍ ତଥା ସାମାଜିକ କର୍ମୀ ଶ୍ରୀପତି ଆଚାର୍ଯ୍ୟଙ୍କ ସହଯୋଗ କ୍ରମେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଦୃଷ୍ଟିବାଧିତ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ରୂପେ ଚନ୍ଦ୍ରଶେଖର ପାଲ୍, ମନୋଜ କୁମାର ସ୍ୱାଇଁ, ପ୍ରବୀଣ ପ୍ରଧାନ, ଚାରୁଲତା ସାହୁ, ଦୀପକ କୁମାର ସ୍ୱାଇଁ, ମଞ୍ଜୁଲତା ଭୂୟାଁ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା, ଲକ୍ଷ୍ମୀପ୍ରିୟା ବେହେରା, ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।