ଆଜି ଅମିତ ଶାହା ଓ ରାଜନାଥ ସିଂ ଦାୟିତ୍ୱ ନେବେ .ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ ସିଂ
ମୋଦି ସରକାର ଗତ ୩୦ ତାରିଖରେ ଶପଥ ଗ୍ରହଣ କରିବା ପରେ ମନ୍ତ୍ରୀ ମଣ୍ଡଳରେ ଶୁକ୍ରବାର ବଣ୍ଟନ କରି କାହାକୁ କେଉଁ ଦାଇତ୍ୱ ଦେଇଛନ୍ତି । ମନ୍ତ୍ରୀ ମାନେ ଦାଇତ୍ୱ ସଠିକ ରୁପେ ତୁଲାଇବା ପାଇଁ କିଏ କେଉଁ ମୁହୁର୍ତ୍ତରେ ଦାଇତ୍ୱ ତୁଲାଉଛନ୍ତି ଶୁଭକାଳ ବେଳ ଦେଖି । ଆଜି ସରକାରଙ୍କ ଦୁଇ ପ୍ରମୁଖ ମନ୍ତ୍ରୀ ଅମିତ ଶାହା ଓ ରାଜନାଥ ସିଂ ଦାଇତ୍ୱ ଗ୍ରହଣ କରିବେ । ମୋଦିଙ୍କ ଭରସା ଯୋଗ୍ୟ ଅମିତ ଶାହାଙ୍କୁ ସ୍ୱରାଷ୍ଟ୍ର ବିଭାଗ ମିଳିଥିବାବେଳେ ରାଜନାଥଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ଦାଇତ୍ୱ ମିଳିଛି । ରାଜନାଥ ସିଂ ଦାଇ୍ତ୍ୱ ନେବାପୁୂର୍ବରୁ ଦିଲ୍ଲୀ ସ୍ଥିତ ରାଷ୍ଟୀୟ୍ର ଯୁଦ୍ଧ ସ୍ମାରକୀ ଯାଇ ଅମର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।