ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ – ଶୁଭଚନ୍ଦ୍ର ଚଳନ ଫଳରେ ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ ।

ବୃଷ – ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ । ଛାତ୍ରମାନେ କର୍ମ ନିପୂଣ ହେବେ ।

ମିଥୁନ – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ ।

କର୍କଟ – ଅଶୁଭଚନ୍ଦ୍ର ପ୍ରଭାବରେ ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ ।

ସିହଂ- ଶୁଭଚନ୍ଦ୍ରଙ୍କର ଚଳନ ହେତୁ ଦିନଟି ବ୍ୟବସାୟିକ ଦିଗରୁ ଉର୍ଣ୍ଣତି ହେବ । ମନର ଆଶା ପୁରଣ ହେବ, ନୁତନ ଦ୍ରବ୍ୟ ଶତ୍ କାର୍ଯ୍ୟରେ ଦାନ କରିବେ, ସାହିପଡିସାରେ ନିଜର ପତିଆରା ରହିବ, ଆର୍ଥିକ ଉର୍ଣ୍ଣତିର ସମ୍ଭାବନା ରହିବ ।

କନ୍ୟା – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ନୁତନ ଯାନ କ୍ରୟ କରିବେ ।

ତୁଳା – ଶୁଭ ଚନ୍ଦ୍ର ପ୍ରଭାବରେ ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ଗୁହନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଶୁଭ ଖବର ମିଳିବ ।

ବିଛା – ଅଶୁଭଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ଆୟଠାରୁ ବ୍ୟୟାଧିକ ହେତୁ ରକ୍ତଚାପ ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେବ ।

ଧନୁ – ଏହି ରାଶିର ଲୋକମାନଙ୍କ ପାଇଁ ଶୁଭଚନ୍ଦ୍ର ପ୍ରଭାବରେ ଆଜିର ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ, ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ ।

ମକର – ଶୁଭଚନ୍ଦ୍ର ପ୍ରଭାବରେ ଆଜିର ଦିନଟି ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବାରେ ସକ୍ଷମ ହେବେ । ସାଂସାରିକ ଜୀବନ ସୁଖରେ କଟିବ ।

କୁମ୍ଭ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସାମାନ୍ୟ ସ୍ୱଚ୍ଛଳ ହେବ ।

ମୀନ – ଅଶୁଭ ଚନ୍ଦ୍ର ଗତିଶୀଳ ହେତୁ ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।

ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ୍ କମ୍,ଏମ.ବି.ଏ)
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ୍ କମ୍,ଏମ.ବି.ଏ)

GARGA JYOTISH

A RESEARCH UNIT OF ADVANCED APPLIED ASTROLOGY

Plot No.S-3/309, Niladrivihar, Near Sector-3 SatyaSai Mandir, Bhubaneswar-751021

Mob: 9438389039, 9861970730, Email: gargajyotish@gmail.com

  ASTROLOGER AT CHANDRASEKHARPUR ON JUST DIAL & SULEKHA.COM & YOUTUBE

 TV ASTROLOGER – DIFFERENT ODIYA TV CHANNELS

( Aways Love All…Serve All…Hurt Never…Help Ever…Jay Jagannath ) 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ