ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ – ଶୁଭଚନ୍ଦ୍ର ଚଳନ ହେତୁ ଦିନଟି ବ୍ୟବସାୟିକ ଦିଗରୁ ଶୂଭାଧିକ ପରିବେଷ ରହିବ, ସାଂସାରିକ ଓ ପ୍ରେମମୟ ଜୀବନରେ ଆନନ୍ଦଭରା ପରିବେଷ ମଧ୍ୟରେ କଟିବ, କର୍ମଛେତ୍ରରେ ଉତ୍ସାହିତ ରହିବେ ।

ବୃଷ – ଶୁଭଚନ୍ଦ୍ର ପ୍ରଭାବରେ ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳାମାନେ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ ।

ମିଥୁନ – ଶୁଭ ଚନ୍ଦ୍ର ଗତିଶୀଳ ହେତୁ ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ । ପ୍ରେମ ସମ୍ବନ୍ଧିୟ ବ୍ୟାପାରରେ ସମ୍ପର୍କ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି ଅତିବାହିତ କରିବେ ।

କର୍କଟ – ଶୁଭଚନ୍ଦ୍ର ପ୍ରଭାବରୁ ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, କ୍ୟାରିଅରକୁ ନେଈ କୌଣସି ଶୁଭ ଖବର ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।

ସିହଂ- ଅଶୁଭ ଚନ୍ଦ୍ର ଗତିଶୀଳ ହେତୁ ଠକାମିରେ ପଡିପାରନ୍ତି ଫଳରେ ସତର୍କ ରହିବେ, ଦେହ ମନ ଭଲ ରହିବ ନାହିଁ, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ବ୍ୟତିବ୍ୟସ୍ଥ କରିବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇବେ ।

କନ୍ୟା – ଅଶୁଭ ଚନ୍ଦ୍ର ଚଳନ ହେତୁ ଦିବସଟି ବହୁ ବାଧା ବିଘ୍ନ ଦେଇ ଅତିବାହିତ ହେବେ । ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।

ତୁଳା – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।

ବିଛା – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳ ହେବେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।

ଧନୁ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।

ମକର- ଚନ୍ଦ୍ରଙ୍କର ପୂଣ୍ଣ ଶୁଭତ୍ୱ ପ୍ରଭାବରେ ଆଜିର ଦିନଟି ଆନନ୍ଦରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଦୂର ଯାତ୍ରା ନିଜ ପରିବାର ସହ କରିବାର ସୁଯୋଗ ରହିବ, ତତ୍ ସହିତ କୌଣସି ଅସହାୟ କୁ ସାହାର୍ଯ୍ୟ କରିବେ ।

କୁମ୍ଭ – ଶୁଭଚନ୍ଦ୍ର ପ୍ରଭାବରେ କର୍ମ ସଂସ୍ଥାନରେ ଅଧିନସ୍ଥ କର୍ମଚାରିଙ୍କର ସହଯୋଗ ସମ୍ପୁନ୍ନ ମିଳିବ । ଶତୃମାନେ ପରାହତ ହେବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ମହିଳାମାନେ ଅତ୍ୟନ୍ତ ସୁଖୀ ହେବେ ।

ମୀନ – ଅଶୁଭ ଚନ୍ଦ୍ର ପ୍ରଭାବରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚ ବଢିବ, ତେଣୁ ଆୟ ଦେଖି ବ୍ୟୟ କରନ୍ତୁ, ଯାନବାହାନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ, ଅଯଥା କଳହ ହୋଇପାରେ ।

ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ୍ କମ୍,ଏମ.ବି.ଏ)
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ୍ କମ୍,ଏମ.ବି.ଏ)

GARGA JYOTISH

A RESEARCH UNIT OF ADVANCED APPLIED ASTROLOGY

Plot No.S-3/309, Niladrivihar, Near Sector-3 SatyaSai Mandir, Bhubaneswar-751021

Mob: 9438389039, 9861970730, Email: gargajyotish@gmail.com

  ASTROLOGER AT CHANDRASEKHARPUR ON JUST DIAL & SULEKHA.COM & YOUTUBE

 TV ASTROLOGER – DIFFERENT ODIYA TV CHANNELS

( Aways Love All…Serve All…Hurt Never…Help Ever…Jay Jagannath ) 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ