ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ – ଏହି ରାଶିର ଲୋକମାନଙ୍କ ପାଇଁ ଶୁଭଚନ୍ଦ୍ର ପ୍ରଭାବରେ ଆଜିର ଦିନଟି ମାନ, ସମ୍ମାନ ଓ ଧନ ସହିତ ଆନନ୍ଦପୂର୍ଣ୍ଣ ପରିବେଶ ମଧ୍ୟରେ ଅତିବାହିତ ହେବ, କର୍ମକ୍ଷେତ୍ରରେ ଆଶାତିତ ସଫଳତା ମିଳିବ, ପ୍ରସାଶନିକ ସେବା ସହିତ ଜଡିତ କିମ୍ବା ଜନପ୍ରତିନିଧି ଶୁଭଫଳ ଅଧିକ ପାଇବେ ।
ବୃଷ – ଅଶୁଭଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ପେଟଜନିତ ଅସୁବିଧା ଫଳରେ ମନ ଅଶାନ୍ତ ରହିବ । ଗୃହରେ ଅଚାନକ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେବ, ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ନାହିଁ ।
ମିଥୁନ – ଶୁଭଚନ୍ଦ୍ର ଚଳନ ଫଳରେ ଶତୃପରାହତ ହେବା ସହିତ ନୂତନ ଯୋଜନାରେ ସଫଳ ହେବେ, ବ୍ୟବସାୟ ତଥା କର୍ମକ୍ଷେତ୍ରରେ ଆର୍ଥିକ ଉନ୍ନତି ବୃଦ୍ଧି ପାଇବ, ନୁତନ ଭୁମି କିମ୍ବା ଯାନବାହାନ କ୍ରୟ କରିବାର ଅବସର ଆସିପାରେ,ତଥାପି ମାନସିକ ସ୍ତରରେ ପ୍ରତି କାମରେ ଆତ୍ମବିଶ୍ୱାସ କମ୍ ରହିବ, ମହିଳା ମାନେ ପେଟଜନିତ ଅସୁବିଧା ଭୋଗିବେ ।
କର୍କଟ – ଶୁଭଚନ୍ଦ୍ର ଚଳନ ଫଳରେ ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ, ସାସଂରିକ ଜିବନ ଆନନ୍ଦଭରା ରହିବ, ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ. କୌଣସି ଯୋଗାଯୋ଼ଗ ଷୃଷ୍ଟି କରୁଥିବା ଯନ୍ତ୍ର ପ୍ରାପ୍ତ ହେବ ।
ସିହଂ -ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତମ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ ।
କନ୍ୟା – ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, କର୍ମକ୍ଷେତ୍ରରେ କିଛିନାକିଛି ପରିବର୍ତନ ହେବ, ମହିଳା ମାନଙ୍କ ପାଇଁ ଶୁଭ ଖବର ମିଳିବ ।
ତୁଳା – ଅଶୁଭଚନ୍ଦ୍ର ପ୍ରଭାବରେ ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ମାତ୍ର ପ୍ରତି କାର୍ଯ୍ୟରେ ସହଯୋଗ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ ।
ବିଛା – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବା ସହିତ କିଛିନାକିଛି ଶୁଭ ଖବର ମିଳିବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମାତ୍ର ମାନସିକ ସ୍ତରରେ ଦିନ ଭରି ଦ୍ୱନ୍ଦ ମଧ୍ୟରେ ରହିବେ ।
ଧନୁ – ଶୁଭଚନ୍ଦ୍ର ଚଳନ ଫଳରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସହଯୋଗ ସହିତ ଆୟ ବଢିବ, ମାତ୍ର ଅଯଥା ବିଶୃଙ୍ଖଳା କିମ୍ବା ପେଟ ଜନିତ ଅସୁବିଧା ଭୋଗିବେ ।
ମକର- ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ସମସ୍ତଙ୍କର ସୁଭାଜନ ହେବା ସହିତ ଆର୍ଥିକ ଅଭିବୃଦ୍ଧି ପରିଲିକ୍ଷିତ ହେବ,ମାତ୍ର ଛୋଟମୋଟ ଦୁର୍ଘଟଣା ଘଟିପାରେ ତେଣୁ ଟିକିଏ ସତର୍କତା ଅବଲମ୍ବନ କରିବେ ।
କୁମ୍ଭ – ଆଜିର ଦିନଟି ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବେ, ସାଂସାରିକ ଜୀବନ ସୁଖରେ କଟି. ମାତ୍ର ଚନ୍ଦ୍ରଶୁଦ୍ଧି ନଥିବାରୁ କୌଣସି ଶୁଭକାମ ଅରମ୍ଭ କରିବେ ନାହିଁ ।
ମୀନ – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ, ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।
GARGA JYOTISH
A RESEARCH UNIT OF ADVANCED APPLIED ASTROLOGY
Plot No.S-3/309, Niladrivihar, Near Sector-3 SatyaSai Mandir, Bhubaneswar-751021
Mob: 9438389039, 9861970730, Email: gargajyotish@gmail.com
ASTROLOGER AT CHANDRASEKHARPUR ON JUST DIAL & SULEKHA.COM & YOUTUBE
VISIT WEBSITE: WWW.GARGAJYOTISH.COM, PANDITSRIPATIACHARYA.COM
TV ASTROLOGER – DIFFERENT ODIYA TV CHANNELS
( Aways Love All…Serve All…Hurt Never…Help Ever…Jay Jagannath )