ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ
୦୬.୦୫.୧୯
ମେଷ – ଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ, ଜାଗାବାଡ଼ି ବ୍ୟବସ୍ୟାକୁ ନେଇ ଶୁଭଫଳ ମିଳିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବ, ବ୍ୟବସାୟରେ ଲାଭ ମିଳିବ, ସାହିତ୍ୟିକ, ଦାର୍ଶନିକ ଓ ପୁସ୍ତକ ସଙ୍କଳକ ମାନେ ପୁରଷ୍କୃତ ହେବେ ।
ବୃଷ – ଶୁଭଚନ୍ଦ୍ରଙ୍କ ଶୁଭାର୍ଶିବାଦ ଯୋଗୁଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଭାଇଭଉଣିମାନଙ୍କର ସମ୍ପୁଣ୍ଣ ସହଯୋଗ ମିଳିବ, ସମାଜସେବା ରେ ମନନିବେଷ କରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।
ମିଥୁନ- ଅଶୁଭ ଚନ୍ଦ୍ରଙ୍କର ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ଓ ଅଜଣା ଭୟ ମନୋବଳକୁ ଦୁର୍ବଳ କରିଦେବ, ତଥାପି ଟଙ୍କା ପଇସା ଓ ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ରହିବ, ରାଜନୈତିକ କ୍ଷେତ୍ରରେ ଜନ ସମ୍ପର୍କ ବଢିବ ।
କର୍କଟ – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧୁରିଯିବ ତତ୍ ସହିତ ଧନ, ମାନ ଓ ସମ୍ମାନ ବୃଦ୍ଧି ହେବ. କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ମିଳିବ, ଅଧସ୍ତନ କର୍ମଚାରିମନଙ୍କର ପୂଣ୍ଣ ସହଯୋଗ ମିଳିବ, ସମାଜରେ ମାନ ସମ୍ମାନ ମିଳିବ । ଅଚାନକ ଧନାଗମର ସୁଯୋଗ ରହିବ ।
ସିହଂ – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳ ହେବେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।
କନ୍ୟା – ଶୁଭଚନ୍ଦ୍ରଙ୍କର ପ୍ରଭାବ ହେତୁ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ଅଧିକ ରହିଛି, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧିୟ ଜୀବନ ଆନନ୍ଦରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ ।
ତୁଳା – ଅଶୁଭଚନ୍ଦ୍ର ପ୍ରଭାବରେ ଆଜି କୌଣସି ସହଯୋଗର ଆଶା ଆଶାରେ ହିଁ ରହିଯିବ ଫଳରେ ଅତ୍ୟନ୍ତ ଅବସାଦ ପରିବେଷ ମଧ୍ୟରେ କାଳାତିପାତ କରିବେ ତଥାପି କୌଣସି ନୁତନ ଯୋଜନାରେ ସଫଳ ହେବ ଓ ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ ।
ବିଛା -ଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ ଆଗକୁ ବଢିଚାଲନ୍ତୁ, ଜାଗାବାଡ଼ି ବ୍ୟବସ୍ୟାକୁ ନେଇ ଶୁଭଫଳ ମିଳିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବ, ପରିବହନ ବ୍ୟବସାୟରେ ଲାଭ ମିଳିବ, ସାହିତ୍ୟିକ, ଦାର୍ଶନିକ ଓ ପୁସ୍ତକ ସଙ୍କଳକ ମାନେ ପୁରଷ୍କୃତ ହେବେ ।
ଧନୁ – ଶୁଭଚନ୍ଦ୍ରର ପ୍ରଭାବରେ ଆଜି କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିବେ । କୌଣସି ନୁତନ ଯୋଜନା ଫଳବତୀ ହେବ ।
ମକର – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ସମସ୍ୟାରୁ ମୁକ୍ତି ମିଳିବ, କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ମିଳିବାର ସମ୍ଭାବନା ଅଧିକ । ବହୁଦିନର ମାଲିମକୋଦ୍ଦମାରେ ସମାଧାନ ମିଳିବ । ପରିବାରରେ ଶୁଭ କାର୍ଯ୍ୟ ସମ୍ପଣ୍ଣ ହେବ ।
କୁମ୍ଭ – ଶୁଭଚନ୍ଦ୍ରଙ୍କର ପ୍ରଭାବରେ ସମସ୍ତ ଦିଗରୁ ଶୁଭଫଳ ମିଳିବ, ବାଣିଜ୍ୟରେ ଲାଭ ମିଳୀବ, କୌଣସି ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ ଓ ଯଦି ଆଜି କୌଣସି ନୁନତ କାର୍ଯ୍ୟ ଆରମ୍ଭ କରିବେ ନିଶ୍ଚୟ ସଫଳ ହେବେ ।
ମୀନ – ଶୁଭଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ସ୍ଥାନ ଭ୍ରମଣରେ ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ ।
– ଗର୍ଗ ଜ୍ୟୋତିଷ –
ର୍ ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ)
ସେକ୍ଟର-୩/୩୦୯, ନିଳାଦ୍ରୀବିିହାର, ଭୁବନେଶ୍ୱର-୨୧ ୯୪୩୮୩୮୯୦୩୯, gargajyotish.com