ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ – ଏହି ରାଶିରେ ଶୁଭ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଅନୁଭବ କରିବେ, ନୂତନ ସାଂସାରିକ ଦ୍ରବ୍ୟ କ୍ରୟ କରିପାରନ୍ତି, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ମଧ୍ୟରେ ରହିବେ, ମହିଳା ଓ ଛାତ୍ରଛାତ୍ରୀମାନେ ସମସ୍ତ ଦିଗରୁ ସୁଖବର ପାଇବେ ।

ବୃଷ – ଅଶୁଭ ଚନ୍ଦ୍ର ଚଳନ ହେତୁ ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ମନମୁତାବକ ଫଳ ପାଇବେ ନାହିଁ । ପ୍ରତୀକାର – ସମାଜରେ ଅଣଦେଖା ପିଲାଙ୍କୁ ପାଠ୍ୟ ଉପକରଣ ଦେବେ ।

ମିଥୁନ – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ନୁତନ ଦ୍ରବ୍ୟ କ୍ରୟ କରିବେ, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଜୀବନ ସୁଖରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ମହିଳା ଓ ଛାତ୍ରଛାତ୍ରୀମାନେ ସୁଖରେ ଦିନଟି ଅତିବାହିତ କରିବେ ।

କର୍କଟ – ଏହି ରାଶିର ଲୋକମାନେ ଆଜି କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିପାରନ୍ତି । କୌଣସି ନୁତନ ଯୋଜନା ଫଳବତୀ ହେବ, ମହିଳାମାନେ ଅତ୍ୟନ୍ତ ଉସ୍ଚାହିତ ରହିବେ ।

ସିହଂ – ଶୁଭ ଚନ୍ଦ୍ର ଚଳନ ହେତୁ ଆଜିର ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବ । ବିଦେଶରୁ ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ମହିଳାମାନେ ଅତ୍ୟନ୍ତ ସୁଖୀ ହେବେ । ଛାତ୍ରଛାତ୍ରୀମାନେ ସମସ୍ତ ଦିଗକୁ ଚିନ୍ତାକରି କାର୍ଯ୍ୟକରିବାକୁ ପଡିବ ।

କନ୍ୟା – ଅଶୁଭ ଚନ୍ଦ୍ର ଗତିଶୀଳ ହେତୁ ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।

ତୁଳା – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । ସାଂସାରିକ ଜୀବନ ସୁଖରେ କଟିବ, କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।

ବିଛା – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସାମାନ୍ୟ ସ୍ୱଚ୍ଛଳ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଖୁବ୍ ଭଲରେ ସମସ୍ତ କାର୍ଯ୍ୟ ସମାପନ କରିବେ ।

ଧନୁ – ଚନ୍ଦ୍ରଙ୍କର ଶୁଭାର୍ଶିବାଦ ଯୋଗୁଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ଟଙ୍କାପଇସାର ପରିବେଷ ମଧ୍ୟରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଲାଭଭାର ବଢିବ ଫଳରେ ମାନସିକ ସ୍ତରରେ ଅତ୍ୟନ୍ତ ଖୁସି ରହିବୋ ଦୂର ଯାତ୍ରା ନିଜର ସହଯୋଗି ସହ କରିପାରନ୍ତି । ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ । ମହିଳାମାନେ ଅତ୍ୟନ୍ତ ସୁଖୀ ହେବେ ।

ମକର – ଅଶୁଭ ଚନ୍ଦ୍ର ଚଳନ ହେତୁ କର୍ମ କ୍ଷେତ୍ରରେ ଶତ୍ରୁଙ୍କର ପ୍ରଭାବରେ କ୍ଷତି ସହିବାକୁ ପଡିପାରେ, ମାନାସିକ ଅବସାଦ ବଢିବା ହେତୁ ସତର୍କତାର ସହିତ ସମସ୍ତ କାର୍ଯ୍ୟ କରିବାକୁ ପଡିବ । ମହିଳା ଓ ଛାତ୍ରଛାତ୍ରୀମାନେ ସମସ୍ତ ଦିଗକୁ ଚିନ୍ତାକରି କାର୍ଯ୍ୟକରିବାକୁ ପଡିବ । କୌଣସି ଏକ ଅନ୍ଧ ଝିଅକୁ ଧଳା ରଙ୍ଗର ବସ୍ତ୍ର ଦେଲେ ଅଶୁଭ ଲାଘବ ହେବ ।

କୁମ୍ଭ – ଶୁଭ ଚନ୍ଦ୍ରଙ୍କର ପରିକ୍ରମଣ ହେତୁ ବିଗତ ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । ସାଂସାରିକ ଜୀବନ ସୁଖରେ କଟିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।

ମୀନ – ଶୁଭ ଚନ୍ଦ୍ରଙ୍କ ଶୁଭାର୍ଶିବାଦ ଯୋଗୁଁ ଏହି ରାଶିର ଲୋକମାନଙ୍କ ପାଇଁ ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ସମାଜସେବା ରେ ମନନିବେଷ କରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।

ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ୍ କମ୍,ଏମ.ବି.ଏ)
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ (ଏମ୍ କମ୍,ଏମ.ବି.ଏ)

(ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ(ଏମ୍ କମ୍,ଏମ.ବି.ଏ)
GARGA JYOTISH
A RESEARCH UNIT OF ADVANCED APPLIED ASTROLOGY
Plot No.S-3/309, Niladrivihar, Near Sector-3 SatyaSai Mandir, Bhubaneswar-751021
Mob: 9438389039, 9861970730, Email: gargajyotish@gmail.com
ASTROLOGER AT CHANDRASEKHARPUR ON JUST DIAL & SULEKHA.COM & YOUTUBE
VISIT WEBSITE: WWW.GARGAJYOTISH.COM, PANDITSRIPATIACHARYA.COM
TV ASTROLOGER – DIFFERENT ODIYA TV CHANNELS
( Aways Love All…Serve All…Hurt Never…Help Ever…Jay Jagannath )

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ