ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ସହଯୋଗି ଙ୍କର ସହାୟତାରେ ଯୋଜନାମାନ ସଫଳ ହେବ । ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ ଖୁସି ମନରେ କାଳାତିପାତ କରିବେ ।
ବୃଷ – ଅଶୁଭଚନ୍ଦ୍ର ପ୍ରଭାବରେ ଦିବସଟି ବହୁ ବାଧା ବିଘ୍ନ ଦେଇ ଅତିବାହିତ ହେବେ, ସତର୍କତାର ସହିତ ନରହିଲେ କୌଣସି ଯାନବାହାନ କିମ୍ବା ବିଦ୍ୟୁତ ଜନିତ ଦୁର୍ଘଟଣା ଘଟିପାରେ, କୌଣସି ଅଗ୍ନି ଜନିତ କ୍ଷତି ସହିପାରନ୍ତି ।
ମିଥୁନ- ଶୁଭଚନ୍ଦ୍ର ଗତୀଶୀଳ ହେତୁ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ, ବାଧାବିଘ୍ନ ରୁ ମୁକ୍ତି ମିଳିବ । ଜଳ ସମ୍ବନ୍ଧିୟ ବ୍ୟବସାୟରେ ଲାଭ ପ୍ରାପ୍ତିର ଦିନ ରହିବ । ଯୁବକମାନେ କର୍ମ ନିପୂଣ ହେବେ ।
କର୍କଟ- ଦିନଟି ଶୁଭାଧୀକ ପରିବେଷ ମଧ୍ୟରେ ଅତିବାହିତ ହେବ, ରାଜନୈତିକ ପରିବେଷ ମଧ୍ୟରେ ନିଜର କିଛି ପରିଚୟ ଷୃଷ୍ଟି କରିବାର ସୁଯୋଗ ଆସିବ, ଯାନ୍ତ୍ରୀକ ସମ୍ବନ୍ଧିୟ ବ୍ୟକ୍ତିବିଷେଶଙ୍କ ପାଇଁ ବିଦେଶ ଯିବାର ସୁଯୋଗ ରହିବ, ପାରିବାରିକ ସମ୍ବନ୍ଧ ଖୁସିରେ କଟିବ ।
ସିହଂ- ଶୁଭଚନ୍ଦ୍ରର ପ୍ରଭାବ ରହିବ ଫଳରେ ସମସ୍ତ ଶୁଭ କର୍ମ କରିବା ପାଇଁ ଦିନଟିି ଉତମ, ଅବିବାହିତା ମାନଙ୍କ ପାଇଁ ବିବାହର ସମ୍ଭାବନା ଷୃଷ୍ଟି ହେବ. ଭାଗିଦାରି ବ୍ୟବସାୟରେ ଆର୍ଥିକ ଲାଭ ବଢିବ, ମା ମାନେ ନିଜ ସନ୍ତାନଙ୍କ ପାଇଁ ଗର୍ବ ଅନୁଭବ କରିବେ ।
କନ୍ୟା – ଅଶୁଭ ଚନ୍ଦ୍ର ପ୍ରଭାବ ହେତୁ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି, ବ୍ୟୟାଧିକ ପରିବେଷ ଲାଗି ରହି. ଅଯଥା କଳି ମକୋଦ୍ଦମାର ରୁପ ନେବ, ସ୍ଥିରଚିତରେ ରହିପାରିବେ ନାହିଁ । ଶାଗୁଆ ବସ୍ତ୍ର କୌଣସି ଅପାରଗକୁ ଦିଅନ୍ତୁ ଅଶୁଭତା ଲାଘବ ହେବ ।
ତୁଳା – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସମସ୍ତ ଦୃଷ୍ଟିରୁ ଶୁଭ ରହିବ, କୌଣସି ସାହାସିକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି, ଶିକ୍ଷା ସହିତ ଜଡିତ ବ୍ୟକ୍ତିମାନଙ୍କ ।
ବିଛା – ଶୁଭ ଚନ୍ଦ୍ର ପ୍ରଭାବ ହେତୁ କର୍ମକ୍ଷେତ୍ରରେ ପ୍ରତିପତି ବୃଦ୍ଧି ହେବ, ସମସ୍ତ କ୍ଷେତ୍ରରେ ସନ୍ତୋଷ ମିଳିବ, ଶରୀର ନିରୋଗ ରହିବ, ନୁତନ କର୍ମ ସଂସ୍ଥାନର ଶୂଭାରମ୍ଭ ହେବ, ଶାରୀରିକ ସୁସ୍ଥତା ଅନୁଭବ କରିବେ ।
ଧନୁ – ଶୁଭଚନ୍ଦ୍ରଙ୍କ ପ୍ରଭାବରେ ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ଆର୍ଥିକ ଉନ୍ନତି ସହିତ ମାନସିକ ଶାନ୍ତି ବୃଦ୍ଧି ପାଇ. ଜମିଜମା କ୍ରୟବିକ୍ରୟ ବ୍ୟବସାୟରେ ସଫଳ ହେବେ ।
ମକର- ଅଶୁଭଚନ୍ଦ୍ର ପ୍ରଭାବରେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ଯିବ, କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ, ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ ।
କୁମ୍ଭ – ଶୁଭଚନ୍ଦ୍ର ପ୍ରଭାବରେ ଦିନଟି ଧାର୍ମୀକ ପରିବେଶରେ କଟିବ, ବୈଦେଶିକ ବ୍ୟାପାର ଏବଂ ଆମଦାନି ରପ୍ତାନି ବ୍ୟବସାୟରେ ଲାଭ ହେବ, ଦୂର ବନ୍ଧୁଙ୍କର ଆଗମନରେ ଏକ ଆନନ୍ଦପୂର୍ଣ ବାତାବରଣ ରହିବ ।
ମୀନ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ଗୃହ ନିର୍ମାଣର ସୁଯୋଗ ରହିବ, ନୁତନ ସ୍ଥାନ ଭ୍ରମଣରେ ଯିବେ, ବହୁଦିନର ମାଲିମକୋଦ୍ଦମାରେ ଜୟ ଲାଭ କରିବେ । ମହିଳା ଓ ଛାତ୍ରଛାତ୍ରୀମାନେ କୌଣସି ଦିଗରୁ ଶୁଭ ଖବର ପାଇବେ ।

GARGA JYOTISH
A RESEARCH UNIT OF ADVANCED APPLIED ASTROLOGY
Plot No.S-3/309, Niladrivihar, Near Sector-3 SatyaSai Mandir, Bhubaneswar-751021
Mob: 9438389039, 9861970730, Email: gargajyotish@gmail.com
ASTROLOGER AT CHANDRASEKHARPUR ON JUST DIAL & SULEKHA.COM & YOUTUBE
VISIT WEBSITE: WWW.GARGAJYOTISH.COM, PANDITSRIPATIACHARYA.COM
TV ASTROLOGER – DIFFERENT ODIYA TV CHANNELS
( Aways Love All…Serve All…Hurt Never…Help Ever…Jay Jagannath )


