ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ – କର୍ମକ୍ଷେତ୍ରରେ ଅନୁକୂଳ ପରିସ୍ଥିତି ଅନୁଭବ କରିବେ, ନୂତନ ସାଂସାରିକ ଦ୍ରବ୍ୟ କ୍ରୟ କରିପାରନ୍ତି, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ମଧ୍ୟରେ ରହିବେ, ମହିଳା ଓ ଛାତ୍ରଛାତ୍ରୀମାନେ ସମସ୍ତ ଦିଗରୁ ସୁଖବର ପାଇବେ ।
ବୃଷ – ନୁତନ ଦ୍ରବ୍ୟ କ୍ରୟ କରିବେ, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଜୀବନ ସୁଖରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ମହିଳା ଓ ଛାତ୍ରଛାତ୍ରୀମାନେ ସୁଖରେ ଦିନଟି ଅତିବାହିତ କରିବେ ।
ମିଥୁନ – କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ମନମୁତାବକ ଫଳ ପାଇବେ ନାହିଁ । ସମାଜରେ ଅଣଦେଖା ପିଲାଙ୍କୁ ପାଠ୍ୟ ଉପକରଣ ଦେବେ ।
କର୍କଟ – କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବା ସଙ୍ଗେ ସଙ୍ଗେ ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ ଅତ୍ୟନ୍ତ ଆନନ୍ଦ ପରିବେଷ ମଧ୍ୟରେ କାଳାତିପାତ କରିପାରନ୍ତି । କୌଣସି ନୁତନ ଯୋଜନା ଫଳବତୀ ହେବ, ମହିଳାମାନେ ଅତ୍ୟନ୍ତ ଉସ୍ଚାହିତ ରହିବେ ।
ସିହଂ – ଦିନଟି ଆନନ୍ଦୋଲ୍ଲାସରେ ଅତିବାହିତ ହେବ । ଆଗତ କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ମହିଳାମାନେ ଅତ୍ୟନ୍ତ ସୁଖୀ ହେବେ । ଛାତ୍ରଛାତ୍ରୀମାନେ ସମସ୍ତ ଦିଗକୁ ଚିନ୍ତାକରି କାର୍ଯ୍ୟକରିବାକୁ ପଡିବ ।
କନ୍ୟା – ସମସ୍ୟା ସୁଧାରିବାର କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । ସାଂସାରିକ ଜୀବନ ସୁଖରେ କଟିବ, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।
ତୁଳା – ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।
ବିଛା – ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସାମାନ୍ୟ ସ୍ୱଚ୍ଛଳ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ଖୁବ୍ ଭଲରେ ସମସ୍ତ କାର୍ଯ୍ୟ ସମାପନ କରିବେ ।
ଧନୁ – ଦିନଟି ଟଙ୍କାପଇସାର ପରିବେଷ ମଧ୍ୟରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଲାଭଭାର ବଢିବ ଫଳରେ ମାନସିକ ସ୍ତରରେ ଅତ୍ୟନ୍ତ ଖୁସି ରହିବୋ ଦୂର ଯାତ୍ରା ନିଜର ସହଯୋଗି ସହ କରିପାରନ୍ତି । ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପର୍ଣ୍ଣ ହେବ ।
ମକର – କ୍ଷମତା ବୃଦ୍ଧି ହେବ ଓ କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବେ । ସାଂସାରିକ ଜୀବନ ସୁଖରେ କଟିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।
କୁମ୍ଭ – କର୍ମ କ୍ଷେତ୍ରରେ ଶତ୍ରୁଙ୍କର ପ୍ରଭାବରେ କ୍ଷତି ସହିବାକୁ ପଡିପାରେ, ମାନାସିକ ଅବସାଦ ବଢିବା ହେତୁ ସତର୍କତାର ସହିତ ସମସ୍ତ କାର୍ଯ୍ୟ କରିବାକୁ ପଡିବ । କୌଣସି ଏକ ଅନ୍ଧ ଝିଅକୁ ଧଳା ରଙ୍ଗର ବସ୍ତ୍ର ଦେଲେ ଅଶୁଭ ଲାଘବ ହେବ ।
ମୀନ – ବିଭିନ୍ନ କ୍ଷେତ୍ରରୁ ସୁଖବର ମିଳିବ, ସମାଜସେବା ରେ ମନନିବେଷ କରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ସ୍ୱାଛନ୍ଦରେ ସମସ୍ତ କାର୍ଯ୍ୟ ସମାପନ କରିବେ ।