ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ – ଆଜି ଦିନଟି ବିଭିନ୍ନ କ୍ଷେତ୍ରରୁ ସୁଖବର ପ୍ରଦାନ କରିବ, ଭାଇଭଉଣିମାନଙ୍କର ସମ୍ପୁଣ୍ଣ ସହଯୋଗ ମିଳିବ, କିଛି ସମାଜସେବା ରେ ମନନିବେଷ କରିବେ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, କର୍ମକ୍ଷେତ୍ରରେ ମନମୁତାବକ ପରିବେଷ ରହିବ ।
ବୃଷ – କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ଓ ଅଜଣା ଭୟ ମନୋବଳକୁ ଦୁର୍ବଳ କରିଦେବ, ତଥାପି ଟଙ୍କା ପଇସା ଓ ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ରହିଛି ଯାହା କିଛି ଆନନ୍ଦ ପ୍ରଦାନ କରିବ, ରାଜନୈତିକ କ୍ଷେତ୍ରରେ ଜନ ସମ୍ପର୍କ ବଢିବ ।
ମିଥୁନ – ନୁତନ ଦ୍ରବ୍ୟ କ୍ରୟ କରିବାର ସମ୍ଭାବନା ଅଧିକ ରହିଛି, ଆର୍ଥିକ କ୍ଷେତ୍ରରେ ଉର୍ଣ୍ଣତି ଘଟିବ, ସାଂସାରିକ ଓ ପ୍ରେମ ସମ୍ବନ୍ଧିୟ ଜୀବନ ଆନନ୍ଦରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, କର୍ମକ୍ଷେତ୍ରରେ ସୁଖରେ ଦିନଟି ଅତିବାହିତ କରିବେ ।
କର୍କଟ – ବନ୍ଧୁବାନ୍ଧବ ଓ ସାଙ୍ଗସାଥିଙ୍କ ଗହଣରେ ଆନନ୍ଦୋଲ୍ଲାସର ସୁଯୋଗ ରହିବ, କୌଣସି ପ୍ରିୟଜନଙ୍କୁ ପାଖରେ ପାଇ ଅତ୍ୟନ୍ତ ଖୁସି ପରିବେଷ ରହିବ, ବ୍ୟବସାୟରେ ଲାଭ ହେବ ଯାହା ମନୋବଳକୁ ଦିନଭରି ତାଜା ରଖିବ, ମହିଳାମାନେ ଅତ୍ୟନ୍ତ ସୁଖୀ ରହିବେ ।
ସିହଂ – ଧନ, ମାନ ଓ ସମ୍ମାନ ବୃଦ୍ଧି ହେ. କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିବାର ସୁଯୋଗ ମିଳିବ, ଅଧସ୍ତନ କର୍ମଚାରିମନଙ୍କର ପୂର୍ଣ୍ଣ ସହଯୋଗ ମିଳିବ, ସାଂସାରିକ ଜୀବନ ଖୁସିରେ କଟିବ, ସମାଜରେ ମାନ ସମ୍ମାନ ମିଳିବ, ଅଚାନକ ଧନାଗମର ସୁଯୋଗ ରହିବ ।
କନ୍ୟା – ଆଜି କୌଣସି ଆଶା ଆଶାରେ ହିଁ ରହିଯିବ ଫଳରେ ଅବସାଦ ପରିବେଷ ମଧ୍ୟରେ କାଳାତିପାତ କରିବେ । ତଥାପି କୌଣସି ନୁତନ ଯୋଜନାରେ ସଫଳ ହେବେ ଓ ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ । ପିଲାମାନେ ବିଚଳିତ ରହିବେ ।
ତୁଳା – କୌଣସି ଧାର୍ମୀକ ଅନୁଷ୍ଠାନରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ. ଦୂର ସମ୍ପର୍କୀୟଙ୍କ ସହଯୋଗ ପାଇ କର୍ମସଂସ୍ଥାନରେ ଉର୍ଣ୍ଣତି ହେବ. କୌଣସି ନୁତନ ଯୋଜନାରେ ସଫଳ ହେବେ, ଛାତ୍ରଛାତ୍ରି ମାନେ ଅତ୍ୟନ୍ତ ଉତ୍ସ।।ହିତ ରହିବେ ।
ବିଛା – ସମସ୍ତ ଦିଗରୁ ଶୁଭଫଳ ମିଳିବ, କର୍ମକ୍ଷେତ୍ରରେ ସମସ୍ତଙ୍କର ସୁଭାଜନ ହେବେ, କଳା ଓ ବାଣିଜ୍ୟରେ ଉର୍ଣ୍ଣତି ହେବ, କୌଣସି ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ ଓ ଯଦି ଆଜି କୌଣସି ନୁନତ କାର୍ଯ୍ୟ ଆରମ୍ଭ କରିବେ ନିଶ୍ଚୟ ସଫଳ ହେବେ ।
ଧନୁ – ଛାତ୍ରଛାତ୍ରୀ କ୍ୟାରିଅର ଗଢିବାର ଭଲ ଅବସର ପାଇବେ, କର୍ମଜିବି କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିପାଦନ ସହ ଲାଭ ପାଇବାର ସମ୍ଭାବନା ଅଧିକ ରହିବ, ସାଂସାରିକ ଜୀବନରେ ପୁରୁଣା ସ୍ମୃତି ଉଜ୍ଜିବିତ ହୋଇ ସୁଖରେ କଟିବ, ପରିବାରରେ ଶୁଭ କାର୍ଯ୍ୟ ସମ୍ପର୍ଣ୍ଣ ହେବ ।
ମକର – ସମୟ ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ, ଜାଗାବାଡ଼ି ବ୍ୟବସ୍ୟାକୁ ନେଇ ଶୁଭଫଳ ମିଳିବ ଏବଂ ବହୁଦିନରୁ ଲାଗିରହିଥିବା ମାଲିମକୋଦ୍ଦମାର ସମାଧାନ ହେବ, ମୁଦ୍ରଣ, ଶିକ୍ଷା ତଥା ପରିବହନ ବ୍ୟବସାୟରେ ଲାଭ ବଢିିବ, ସାହିତ୍ୟିକ, ଦାର୍ଶନିକ ଓ ପୁସ୍ତକ ସଙ୍କଳକ ମାନେ ପୁରଷ୍କୃତ ହେବେ ।
କୁମ୍ଭ – ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, ପ୍ରେମ ସମ୍ଭନ୍ଧିୟ ଓ ସାସାଂରିକ ଜିବନରେ ଆନନ୍ଦ ପରିବେଷ ଦିନଭରି ଲାଗିରହିବ ଓ କୌଣସି ନୁତନ ସ୍ଥାନ ଭ୍ରମଣରେ ଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ, କର୍ମକ୍ଷେତ୍ରରେ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ରହିବ ।
ମୀନ – ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ, ନୂତନ ଯୋଜନାରେ ସଫଳ ହେବେ, ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେ. ନିଜଲୋକଙ୍କର ଉନ୍ନତିରେ ଆନନ୍ଦିତ ହେବେ ଓ ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।