ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ – ଆଜିିି ବ୍ୟବସାୟରେ ଲାଭବାନ ହେବେ, ପାରିବାରିକ ଶାନ୍ତି ମିଳିବ, କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ, ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।

ବୃଷ – ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ଯୋଗ ରହିବ, ନୂତନ ଯୋଜନାରେ ସଫଳ ହେବେ, ଆର୍ଥିକ ଉନ୍ନତି ବୃଦ୍ଧି ପାଇ. ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।

ମିଥୁନ- ଦିନଟି ଆନନ୍ଦ ମନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ, ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇେ. ମହିଳା ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।

କର୍କଟ – ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ, ଧନ ସଂଚୟ ପାଇଁ ଦିବସଟି ଶୁଭଦାୟକ ରହିବ, ଚାକିରୀରେ ପଦ ମର୍ଯ୍ୟଦାରେ ଉର୍ଣ୍ଣତି ହେବ, ମହିଳ ଓ ଛାତ୍ରମାନେ କର୍ମ ନିପୂଣ ହୋଇ ପ୍ରଶଂସିତ ହେବେ ।

ସିହଂ – ସୁଖ ଓ ଶାନ୍ତିରେ ସମୟ ଅତିବାହିତ ହେବ, କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, ନୁତନ ଦ୍ରବ୍ୟ କ୍ରୟ କରିବେ, ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।

କନ୍ୟା – କିଛି ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ । ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ଯନ୍ତ୍ରଣା ପାଇପାରନ୍ତି ।

ତୁଳା – ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବାରେ ସକ୍ଷମ ହେବେ, ସାଂସାରିକ ଜୀବନ ସୁଖରେ କଟିବ ।

ବିଛା – ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ଗୁହନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଶୁଭ ଖବର ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି ଅତିବାହିତ କରିବେ ।

ଧନୁ – ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।

ମକର – ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସପୂର୍ଣ ସହଯୋଗ ମିଳିବ । ସାସଂରିକ ଜିବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୁର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସୀକ ସ୍ତରରେ ଖୁସିରେ କାଟିବେ ।

କୁମ୍ଭ- କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି, ଆୟଠାରୁ ବ୍ୟୟାଧିକ ହେତୁ ରକ୍ତଚାପ ବଢିବ, ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେ. ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ନାହିଁ ।

ମୀନ – ଆଜିର ଦିନଟି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, ସମସ୍ତ ଶୁଭ କର୍ମ ବର୍ଜନ, ଅଯଥା ଖର୍ଚ୍ଚ ବଢିବ, ତେଣୁ ଆୟ ଦେଖି ବ୍ୟୟ ମଧ୍ୟ ଦେଖିଚାହିଁ କରନ୍ତୁ । ମହିଳା ଓ ଛାତ୍ରଛାତ୍ରୀମାନେ ଦେଖିକରି କାର୍ଯ୍ୟ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ