ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ….

ମେଷ – ଆର୍ଥୀକ ଉର୍ଣ୍ଣତି ସହ କର୍ମ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ, ଆତ୍ମନିର୍ଭରଶିଳ ପରିବେଷ ମଧ୍ୟରେ କାଳାତିପାତ କରିବେ, କର୍ମକ୍ଷେତ୍ରରେ ସମସ୍ତ କ୍ଷେତ୍ରରୁ ସହଯୋଗ ମନକୁ ଆନନ୍ଦ ଦେବ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ବହୁଦିନରୁ ଲାଗିରହିଥିବା ମାଲିମକୋଦମାର ସମାଧାନ ହେବାର ସମ୍ଭାବନା ଷୃଷ୍ଟି ହେବ ।

ବୃଷ – ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବ । ମାତ୍ର ଦିନର ପ୍ରଥର୍ମାଦ୍ଧ ସତର୍କ ରହିବେ ନଚେତ ହେବାକୁ ଥିବା କାମ ବିଗିଡି ଜିବ । ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବେ ।

ମିଥୁନ – ଏହି ରାଶିର ଲୋକମାନଙ୍କୁ ଆଜିିି କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ଆୟଠାରୁ ବ୍ୟୟାଧିକ ପରିସ୍ଥିତି ହେତୁ ରକ୍ତଚାପ ବଢିବ । ମାନସିକ ଅଶାନ୍ତି ପରିଲକ୍ଷିତ ହେବ । ନିଜର ବାକ୍ୟପ୍ରତି ସତର୍କ ରହିବେ ନଚେତ ପରିସ୍ଥିତି ବିଗିଡିଯିବ ।

କର୍କଟ – ସମୟର କୁ-ପ୍ରଭାବ ରହିବ ତେଣୁ ବ୍ୟବସାୟରେ ନୁତନ କିଛି କରବେ ନାହିଁ କିମ୍ବା ଦୁରଯାତ୍ରା କରିବେ ନୁହେଁ ମାତ୍ର ମନମୁତାବକ ସମୟ ଅତିବାହିତ କରିବାରେ ଭାଗ୍ୟ ସାଥ ଦେବ । ବିବାହଯୋଗ୍ୟ ପିଲାମାନଙ୍କର ବିବାହର ସୁଯୋଗ ଷୃଷ୍ଟି ହେବ ।

ସିହଂ- ଦିନଟି ବ୍ୟବସାୟିକ ଦିଗରୁ ଶୁଭଫଳ ଦାୟକ ହେବ । ମନର ଆଶା ପୁରଣ ହେବ, ନୁତନଦ୍ରବ୍ୟ ସତ୍ କାର୍ଯ୍ୟରେ ଦାନ କରିବାର ଅବସର ମିଳିବ, ସାହିପଡିସାରେ ନିଜର ପତିଆରା ରହିବ, ଆର୍ଥିକ ଉର୍ଣ୍ଣତିର ସମ୍ଭାବନା ବୃଦ୍ଧି ହେବ ।

କନ୍ୟା – ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, କର୍ମକ୍ଷେତ୍ରରେ ମନମୁତାବକ ଶୁଭଫଳ ପ୍ରାପ୍ତିହେବ, ସାଂସାରିକ ଜୀବନ ସୁଖଶାନ୍ତିଭରା ରହିବ, ସମାଜରେ ଲୋକ ସମ୍ପର୍କ ବଢିବ, ମହିଳାମାନଙ୍କ ପାଇଁ ଅଧିକ ଶୁଭ ଦିନଟିଏ ରହିବ ।

ତୁଳା – ଦିନଟି ସୁରୁଖୁରୁରେ ଅତିବାହିତ ହେବ ମାତ୍ର ମାତ୍ରାଧିକ ର୍ଖଚ୍ଚ ବଢିବ, ନୂଆକରି କିଛି ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ । ମାତ୍ର ମନ କିଛି ଅଯଥା କଥାକୁନେଇ ଭାରାକ୍ରାନ୍ତ ରହିବ ।

ବିଛା – ଦିନଟି ମନମୁତାବକ ପରିବେଷ ତଥା ସୁଖଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ର ସାହାଯ୍ୟ ସହଯୋଗ ଭରା ପରିବେଷ ମଧ୍ୟରେ ଅତିବାହିତ ହେବ । ନିଜର ଜନ୍ମଭୁମିରେ କୌଣସି ଭଲକାମ କରି ପ୍ରସଂସିତ ହେବେ ।

ଧନୁ – ଏହି ରାଶିର ଲୋକମାନଙ୍କ ପାଇଁ ଶୁଭ ଗ୍ରହଚଳନ ପ୍ରଭାବରେ ଦିନଟି ଆନୋନ୍ଦଲ୍ଲାସରେ ଅତିବାହିତ ହେବା ସଙ୍ଗେସଙ୍ଗେ ଆର୍ଥିକ ଅଭିବୃଦ୍ଧି ହେବ, ଅଚାନକ କିଛି ଶୁଭ ଖବର ପାଇ ଆତ୍ମବଳ ଦ୍ୱିଗୁଣିତ ହେବ, ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ ।

ମକର – ଶୁଭଗ୍ରହଙ୍କର ପ୍ରଭାବ ରହିବ ତେଣୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗ ସ୍ୱଚ୍ଛଳ ହେବ, ଓøøଷଧ ବ୍ୟବସାୟି କ୍ଷମତା ଠାରୁ ଅଧିକ ଲାଭ ପାଇବେ ।

କୁମ୍ଭ – ଦିନଟି ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବାରେ ସକ୍ଷମ ହେବେ । ସାଂସାରିକ ଏବଂ ପ୍ରେମ କରୁଥିବା ପିଲାମାନଙ୍କର ଜୀବନ ଆଶାଠାରୁ ଅଧିକ ସୁଖରେ କଟିବ ।

ମୀନ – କର୍ମ ସଂସ୍ଥାନରେ ଅଧିନସ୍ଥ କର୍ମଚାରିଙ୍କର ସମ୍ପୁନ୍ନ ସହଯୋଗ ମିଳିବ, ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ଶତୃମାନେ ପରାହତ ହେବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ । ମାତ୍ର ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ସମସ୍ୟା ଦେଖାଦେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ