ଆଜି ଆଲୋକର ପର୍ବ ଦୀପାବଳୀ ବାଣ ଦୋକାନରେ ଗ୍ରାହକଙ୍କ ଭିଡ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଆସନ୍ତା ଗୁରବାର ଦିନ ପାଳନ ହେବାକୁ ଥିବା ଆଲୋକର ପର୍ବ ଦୀପାବଳି ପର୍ବକୁ ଧୁମ୍ ଧାମ୍ରେ ପାଳନ କରିବା ପାଇଁ ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ସହର ତଥା ଏହାର ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି । ହିଞ୍ଜିଳିକାଟୁ ସହରର ଜନବସତି ଅଞ୍ଚଳଠାରୁ କିଛି ମିଟର ଦୂରରେ କେତେକ ଖୋଲା ପଡିଆରେ ଆବଶ୍ୟକୀୟ ଭିତ୍ତିଭୂମିକୁ ସୁଦୃଢ କରି ଆବଶ୍ୟକୀୟ ନୀତି ନିୟମ ଅନୁଯାୟୀ ଅସ୍ଥାୟୀ ଭାବେ ଖୋଲା ଯାଇଥିବା ବାଣ ବଜାରରେ ବାଣ ବ୍ୟବସାୟ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ସେହିଭଳି ହିଞ୍ଜିଳିକାଟୁ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରେ ଅସ୍ଥାୟୀ ଭାବେ ଖୁଚୁରା ବାଣ ବ୍ୟବସାୟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ହିଞ୍ଜିଳିକାଟୁ ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ହୋଲ୍ସେଲ୍ ବ୍ୟବସାୟୀ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବାଣ କ୍ରୟ କରି ଆଣି ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରୀ କରିଥାନ୍ତି । ସ୍ଥାନୀୟ ସହରରେ ଖୋଲାଯାଇଥିବା ବାଣ ମାର୍କେଟ୍ରେ ଗ୍ରାହକଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି । ପ୍ରତିବର୍ଷ ଦୀପାବଳି ପାଳନର ଏକ ସପ୍ତାହ ପୂର୍ବରୁ ଆସିକା ଅଞ୍ଚଳରେ ବାଣବଜାର ଖୋଲା ଯାଉଥିଲେ ମଧ୍ୟ ଚଳିତ ବର୍ଷ ବାଣ ବ୍ୟବସାୟୀଙ୍କୁ ଲାଇସେନ୍ସ ମିଳିବାରେ ବିଳମ୍ବ ଘଟିଥିବା ଯୋଗୁଁ ବାଣ ବ୍ୟବସାୟ ବିଳମ୍ବରେ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ହିଞ୍ଜିଳିକାଟୁ ଅଞ୍ଚଳବାସୀ ଦୀପାବଳି ଅବସରରେ ବାଣଫୁଟା କାର୍ଯ୍ୟକ୍ରମକୁ ଧୁମ୍ ଧାମରେ ପାଳନ କରିବା ଲାଗି ପ୍ରସ୍ତୁତ ହୋଇ ସାରିଲେଣି । ହିଞ୍ଜିଳିକାଟୁ ସହର ତଥା ଏହାର ଆଖପାଖ ଅଞ୍ଚଳରେ ୧୦ରୁ ଉର୍ଦ୍ଧ୍ୱ ବାଣଦୋକାନ ଖୋଲିବାକୁ ବ୍ୟବସାୟୀଙ୍କୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ଜଣାପଡିଛି । ବାଣ ବିକ୍ରୀ କରିବା ପାଇଁ ଲାଇସେନ୍ସରେ ଯାହା ସର୍ତ୍ତ ରହିଛି ସେଥିରେ କୌଣସି ବ୍ୟବସାୟୀ ବ୍ୟତିକ୍ରମ କରିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି ସୂଚନା ଦେଇଛନ୍ତି । ଆସନ୍ତା ୩୧ ତାରିଖ ଦୀପାବଳୀ ସନ୍ଧ୍ୟା ପର୍ଯ୍ୟନ୍ତ ବାଣ ବିକ୍ରୀ ପାଇଁ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଥିବା ଜଣାପଡିଛି । ଦୀପାବଳୀ ଅବସରରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ କାଉଁରିଆ କାଠି, ଆଖୁ, ମାଟି ଦୀପ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଆସନ୍ତା ୩୧ ତାରିଖରେ ପାଳିତ ହେବ ଆଲୋକର ପର୍ବ ଦୀପାବଳୀ । ଦୀପାବଳୀ ପର୍ବ ଆସିଲେ ବାଣର ଚାହିଦା ରହୁଥିବା ବେଳେ ଯୁବପିଢୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ବାଣ ବ୍ୟବସାୟ ଜମିଥିବା ଲକ୍ଷ୍ୟ କରାଯାଇଛି । ଆଲୋକର ପର୍ବ ଦୀପାବଳୀକୁ ନେଇ ସମସ୍ତଙ୍କ ମନରେ ଦେଖାଦେଇଛି ଉତ୍ସାହ ସହ ସହର ଚଳଚଞ୍ଚଳ ହୋଇଉଠିଛି । ଦୀପାବଳୀ ଉତ୍ସବରେ ଦୀପ ପ୍ରଜ୍ଜଳନ କରିବା ସହ ଆତସବାଜି ଫୁଟାଇବା ପରମ୍ପରା ରହିଛି । ଏହାକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ସହର ତଥା ଏହାର ଆଖପାଖ ବିଭିନ୍ନ ଅଞ୍ଚଲରେ ଲାଇସେନ୍ସପ୍ରାପ୍ତ ବାଣ ବ୍ୟବସାୟ ଆରମ୍ଭ ହୋଇଯାଇଛି । ସରକାରଙ୍କ ଗାଇଡ୍ଲାଇନକୁ ମାନି ବାଣ ବ୍ୟବସାୟ କରିବାକୁ ବ୍ୟବସାୟୀମାନଙ୍କ ପରାମର୍ଶ ଦିଆଯାଇଥିବା ଜଣାପଡିଛି ।