ଆଜି କରୋନାକୁ ନେଇ ଆସିପାରେ ବଡ଼ ଖବର, ୪ଟାରେ ମୁଖ୍ୟମନ୍ତ୍ରୀଙ୍କ କରୋନା ବାର୍ତ୍ତା

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ରାଜ୍ୟରେ ଆଜି ଗୋଟିଏ ଦିନରେ ୧୨୮୨ କରୋନା ପଜିଟିଭ ଚିହ୍ନଟ ହେବା ପରେ ହଡ଼ବଡ଼ ହୋଇଯାଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଆଜି ୪ଟା ବେଳେ ଏକ ସ୍ୱତନ୍ତ୍ର କରୋନା ବାର୍ତ୍ତା ସହ କିଛଇ ବଡ଼ ଖବର ଦେଇପାରନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି । ବିଶେଷ କରି କୋଭ୍ଡି ଗାଇଡଲାଇନ ମାନିବା ଓ ଟିକାରଣ ଉପରେ ଗୁରୁତ୍ୱ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ।
ସେହିପରି ଏବେ ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲାରେ ସଂକ୍ରମଣ ବଢୁଛି । ଏହି ତିନି ଜିଲ୍ଲାରେ କଟକଣା କଡ଼ାକଡ଼ି କରିବା ଉପରେ କିଛି ସୂଚନା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ଜିଲ୍ଲାରେ ଜାରି ହୋଇପାରେ ନାଇଟକର୍ଫ୍ୟୁ । ଏହାସହ କିଭଳି ସଂକ୍ରମଣକୁ ନିଜକୁ, ପରିବାରକୁ ଓ ଅଞ୍ଚଳକୁ ଦୂରେଇ ରଖିବେ ସେଦିଗରେ ସଚେତନତା ବାର୍ତ୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କୋରନା ସ୍ଥିତିର ସମୀକ୍ଷା କରି ଟେଷ୍ଟିଂ, ଟ୍ରେସିଂ, ଏନଫୋର୍ସମେଣ୍ଟ ଓ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱାରୋପ କରିଥିଲେ ମୁଖ୍ୟମନ୍ତ୍ରୀ । ଛତିଶଗଡ଼ ଯୋଗୁ ପଶ୍ଚିମ ଓଡ଼ିଶା ଜିଲ୍ଲାରେ ସଂକ୍ରମଣ ବଢୁଛି । ସେସବୁ ଜିଲ୍ଲାରୁ ମୁଖ୍ୟ ସଚିବ ସମେତ ବରିଷ୍ଠ ଅଧିକାରୀଙ୍କୁ ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରାଜ୍ୟରେ ୧୦ ଦିନିଆ ଏନଫୋର୍ସମେଣ୍ଟ ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ