ଆଜି କଳାହାଣ୍ଡି ପାଳନ କରୁଛି ୭୪ ତମ କଳାହାଣ୍ଡି ଗଠନ ଦିବସ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ଆଜି କଳାହାଣ୍ଡି ପାଳନ କରୁଛି ୭୪ତମ କଳାହାଣ୍ଡି ଗଠନ ଦିବସ ଆଜି ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ବରୀ ଙ୍କ ପୀଠରୁ ଏକ ମଶାଲ ଯାତ୍ରା ଟାଉନ ହଲ ପର୍ଯ୍ୟନ୍ତ ଅସିଥିଲା ଏହି ଅବସର ରେ କଳାହାଣ୍ଡି ର ଭୋକ ମହାମାରୀ ରୁ ପରିବର୍ତନ ର କଥା ଆଲୋଚନା ହେବାସହ କିପରି କଳାହାଣ୍ଡି ର ବିକାଶ ହେବ ତାହା ମଧ୍ୟ ଆଲୋଚନା ହୋଇଥିଲା କଳାହାଣ୍ଡି ସ୍ୱାଧୀନତା ପୂର୍ବରୁ କାରୁଣ୍ଡ ନା ରେ ନାମିତ ଥିଲା ସ୍ୱାଧୀନତା ପରେ ନାଗବଂଶୀୟ ଶେଷ ରାଜା ପ୍ରତାପ କେଶରୀ ଦେଓ ୧୯୪୭ ଡିସେମ୍ବର ୩୧ରେ ମାର୍ଜିଷ୍ଟ୍ରିଟ ରେ ଦସ୍ତକତ କରିଥିଲେ ପରେ ୧୯୪୮ ଜାନୁଆରୀ ୧ରୁ କଳାହାଣ୍ଡି ଗଡଜାତ ଭାରତ ରେ ମିଶି ଓଡିଶା ରାଜ୍ୟ ର ଅଂଶବିଶେଷ ହୋଇ ବଲାଙ୍ଗୀର ପାଟଣା ଜିଲ୍ଲା ରେ ଥିଲା ୧୯୪୯ ନଭେମ୍ବର ୧ ରେ ଭବାନୀପାଟଣା ଓ ଧର୍ମଗଡ଼ ଓ ସମ୍ବଲପୁରଜିଲ୍ଲା ରୁ ନୂଆପଡା ସବଡ଼ିଭିଜନ କୁନେଇ କଳାହାଣ୍ଡିକୁ ସ୍ୱତନ୍ତ୍ର ରାଜସ୍ବ ଜିଲ୍ଲା ଗୋଷଣା କରାଯାଇଥିଲା ସେ ଦିନଠୁଁ ନଭେମ୍ବର ପହିଲା କୁ ଆମେ କଳାହାଣ୍ଡି ଗଠନ ଦିବସ ହିସାବରେ ପାଳନ କରିଥାଉ |କଳାହାଣ୍ଡି ଗଠନ ଦିବସ ପାଳନ ଆରମ୍ଭ ହୋଇଯାଇଛି ସକାଳ ରୁ ମଶାଲ ଯାତ୍ରା ହୋଇଥିଲା ଏହି ମଶାଲ ଯାତ୍ରା ରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଜୁନାଗଡ଼ ବିଧାୟକ ଦିବ୍ୟସଙ୍କର ଜିଲ୍ଲାପାଳ ଡା ଅନ୍ୱେଷ ରାରେଡି ଜିଲ୍ଲା ପରିଷଦ ଅଧକ୍ଷ ପୁଷ୍ପେଦ୍ର ସିଂ ଦେଓ ତଥା କଳାହାଣ୍ଡି ର ମାନ୍ୟ ଗୁଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ |


