ଆଜି କୁମାର ପୂର୍ଣ୍ଣିମୀ , ଉଲ୍ଲସିତ କୁମାରୀ କନ୍ୟାମାନେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :  ଆଶ୍ଵିନ ମାସ ପୂର୍ଣ୍ଣିମୀ ତିଥିରେ ପବିତ୍ର କୁମାର ପୂର୍ଣ୍ଣିମା ବା କୁମାରୋତ୍ସବ ପର୍ବଟି ପାଳିତ ହୁଏ। ଆଜିର ଦିନରେ ମା’ ମହାଲକ୍ଷ୍ମୀ ଦେବୀଙ୍କର ଆରଧନା କରାଯାଇଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ଓଡ଼ିଶାର ଘରେ ଘରେ ଝିଅ ମାନେ କୁମାର ପୂର୍ଣ୍ଣିମା ପାଳନ କରୁଛନ୍ତି। ସେହିଭଳି ମଣ୍ଡପରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ । ଏହି ଦିନ କୁମାରୀ ଝିଅ ମାନେ ତୁଳସୀ ଚଉରା ମୂଳରେ ପୂଜା କରନ୍ତି । କୁମାରୀ କନ୍ୟାମାନେ କାତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି। ସକାଳୁ ସକାଳୁ ଗାଧୋଇ ନୂଆ ବସ୍ତ୍ର ପରିଧାନ କରି ଆଞ୍ଚୁଳିରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଧେଶ୍ୟରେ ଅପଣ  କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ଏହା ସହ ସେମାନେ  ସନ୍ଧ୍ୟା ସମୟରେ ଚନ୍ଦ୍ର ପୂଜା କରନ୍ତି । ତୁଳସୀ ଚଉରା ଆଗରେ ପୂଜା ଓ ବନ୍ଦାପନା ହୋଇଥାଏ । ଭୋଗ ପାଇଁ ଖଇ, ନଡିଆ, କଦଳୀ, ଛେନା, ଦହି, କ୍ଷୀର, ମହୁ, ଘିଅ, ଆଖୁ, ଗାଜାମୁଗ, ଚିନି ଇତ୍ୟାଦି ପଡି ଏକ ଚକଟା ପ୍ରସ୍ତୁତ କରାଯାଏ ସେହି ଚକଟାରେ ଚାନ୍ଦ ତିଆରି କରାଯାଇଥାଏ। ପୂରଣରେ କଥିତ ଅଛି ଯେ ତୁଳସୀ ଦେବି ଜଣେ ପରମ ପତୀବ୍ରତା ନାରୀ ଥିଲେ । ତାଙ୍କର ପତୀବ୍ରତା ଗୁଣ ଯୋଗୁଁ ହିଁ ତାଙ୍କ ବୃକ୍ଷ ରୂପରେ ପୂଜା ପାଇବା ବର ମିଳିଥିଲା। ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଚଉରା ପୂଜା କରି ଆସୁଛନ୍ତି। ତେଣୁ କୁମାର ପୂର୍ଣ୍ଣିମାରେ ମଧ୍ଯ ଚଉରା ପୂଜା କରାଯାଇଥାଏ। ସେହିପରି ଭଗବାନ ଶିବଙ୍କ ପୁଅ କାତ୍ତିକେୟ ଈଶ୍ୱରମାନଙ୍କ ମଧ୍ଯରେ ସବୁଠାରୁ ସୂନ୍ଦର ବୋଲି ପୁରାଣରେ କଥିତ ଅଛି। ସେ ଏହି ଦିନ ତାଡାକାସୁର ସହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଡାକାସୁର ପରାଜିତ କରିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଜଣାଯାଏ। ତେବେ ଏହି ପର୍ବରେ କାତ୍ତିକେୟଙ୍କ ପାଇଁ କୈାଣସି ପୂଜା ବିଧି ନାହିଁ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ