ଆଜି ଖୋଲିବ ନିର୍ବାଚନ ଭାଗ୍ୟ ପେଢି
ସୋରଡା,(ରଜନୀକାନ୍ତ ମହାପାତ୍ର):ରାଜ୍ୟରେ ସରିଛି ସାଧାରଣ ନିର୍ବାଚନ । ଗଞ୍ଜାମ ଜିଲ୍ଲା ରେ ମଧ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀ ରେ ସରିଛି ସାଧାରଣ ନିର୍ବାଚନ। । ସମସ୍ତ ନେତା ଙ୍କ ଭାଗ୍ୟ ଏବେ ଏ ଭି ଏମ ରେ ସିଲ ହୋଇ ରହିଛି। କେତେ ଦୂର ଭୋଟର ନେତା ଙ୍କୁ ଗ୍ରହଣ କରିଛନ୍ତି ତାହା ଆଜି ଇ ଭି ଏମ କହିବ। ଦେଖିବାକୁ ଗଲେ କିଛି ଛୋଟ ମୋଟ ଘଟଣା କୁ ଛାଡିଦେଲେ ନିର୍ବାଚନ ଶାନ୍ତି ପୂର୍ଣ୍ଣ ଭାବେ ସାରିଛି। ଚଳିତ ବର୍ଷ ନିର୍ବାଚନ ଭୋଟର ପାଇଁ ଆଣିଥିଲା କିଛି ନୂଆ ଅନୁଭୂତି। ୨୫ ବର୍ଷ ରେ ପ୍ରଥମ କରି ନବୀନ ବାବୁଙ୍କ ନେତୃତ୍ଵ ବିଜୁ ଜନତା ଦଳ ସଂଘର୍ଷ କରିବା ର ଦେଖିବାକୁ ମିଳିଥିଲା। କହିବାକୁ ଗଲେ ଚଳିତ ବର୍ଷ ନିର୍ବାଚନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବନାମ ନବୀନ ମଧ୍ୟ ରେ ଦେଖିବାକୁ ମିଳିଥିଲା। ଚଳିତ ନିର୍ବାଚନ ରେ ପ୍ରଥମ କରି ଭାରତୀୟ ଜନତା ପାର୍ଟି ଓଡିଶା ଅସ୍ମିତାକୁ ନେଇ ନିର୍ବାଚନ ରେ ଅଂଶଗ୍ରହଣ କରିଥିଲା। ଅନ୍ୟପଟେ ନବୀନ ବାବୁ ଙ୍କ ସ୍ବଚ୍ଛ ଭାବମୂର୍ତି କୁ ଭରସା କରି ଶାସକ ବିଜୁ ଜନତା ଦଳ ନିର୍ବାଚନ ମଇଦାନ ରେ ଭାଗ ନେଇଥିଲା। ପ୍ରତେକ ଦଳ ପ୍ରତିନିଧି ମାନେ ନିଜ ନିଜ ଦଳ ର ନିର୍ବାଚନ ଇସ୍ତାହାର ଓ ଲୋକଙ୍କ ପାଇଁ ନୂଆ ଯୋଜନା କୁ ନେଇ ନିର୍ବାଚନ ଲଢିବା ପରିବର୍ତେ ବ୍ୟକ୍ତିଗତ ଆକ୍ଷେପ ଜୋରଜାର ହୋଇଥିଲା। ଏପରିକି କେନ୍ଦ୍ରୀୟ ସ୍ତର ଓ ରାଜ୍ୟ ସ୍ତର ର ନେତା ମାନେ ମଧ୍ୟ ଏଥିରୁ ନିବୃତ ରହିପାରିନଥିଲେ। କେଉଁଠି ନା କେଉଁଠି ବିକାଶ କୁ ଆଧାର କରି ଭୋଟ ମାଗିବା ରେ ବିଫଳ ହୋଇଥିଲେ ସମସ୍ତେ। ସେହିପରି ଆଞ୍ଚଳିକ ସ୍ତର ରେ ମଧ୍ୟ ନେତା ମାନେ ପରସ୍ପର ବ୍ୟକ୍ତିଗତ ଆକ୍ଷେପ କରି ନିର୍ବାଚନ ଲଢିଥିଲେ। ଏହି ସମସ୍ତ ନେତା କୁ କେତେଦୂର ଭୋଟର ଗ୍ରହଣ କରିଛନ୍ତି ତାହା ଆଜି ଇ ଭି ଏମ ପେଢି ନିର୍ଧାରଣ କରିବ। ସୋରଡା ନିର୍ବାଚନ ମଣ୍ଡଳୀ କଥା କହିବାକୁ ଗଲେ ଏଠାରେ ବିଜୁ ଜନତା ଦଳ ତରଫରୁ ବିଧାୟକ ଭାବେ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ୨୦୦୯ ମସିହା ରୁ ଅନବରତ ଭାବେ ନିର୍ବାଚନ ଜିତିଆସୁଛନ୍ତି। ବିରୋଧୀ ଦଳ ଭାବେ ନୀଳମଣି ବିଶୋଈ ପ୍ରଥମେ ସ୍ଵାଧୀନ ଭାବେ ନିର୍ବାଚନ ଲଢି ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଠାରୁ ୪ହଜାର ଭୋଟ ରେ ପରାଜୟ ବରଣ କରିଥିଲେ। ୨୦୧୪ ରେ ବସନ୍ତ ବିଶୋଈ କଂଗ୍ରେସ ରୁ ପ୍ରାର୍ଥୀ ହୋଇଥିଲେ ଏବଂ ପୁଣିଥରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଦଳୀୟ ଟିକେଟ ପାଇ ପ୍ରାୟ ୧୨ ହଜାର ଭୋଟ ରେ ବିଜୟୀ ହୋଇଥିଲେ। ୨୦୧୯ ପୁଣିଥରେ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ତରଫରୁ ନୀଳମଣି ବିଶୋଈ ପ୍ରାର୍ଥୀ ହୋଇଥିଲେ ଏବଂ ବିଜୁ ଜନତା ଦଳ ତରଫରୁ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ତୃତୀୟ ଥର ପାଇଁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ବର୍ତମାନ ୨୦୨୪ ରେ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଧର୍ମ ପତ୍ନୀ ସଙ୍ଘମିତ୍ରା ସ୍ଵାଇଁ ବିଜେଡି ରୁ ପ୍ରାର୍ଥୀ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି ରୁ ପୁଣିଥରେ ନୀଳମଣି ବିଶୋଈ ପ୍ରାର୍ଥୀ ହୋଇଛନ୍ତି। ବର୍ତମାନ ସୋରଡା ନିର୍ବାଚନ ମଣ୍ଡଳୀ ରେ ପାନୀୟ ଜଳ ସମସ୍ୟା ଓ ରାସ୍ତା ଘାଟ ସମସ୍ୟା ଓ ବଢିଥିବା ଦୁର୍ନୀତି କୁ ନେଇ ଲୋକଙ୍କ ମନ ରେ ଅଧିକ ଅସନ୍ତୋଷ ରହିଛି। ଏହାକୁ ନେଇ ବର୍ତମାନ ଶାସକ ଦଳ ଲୋକଙ୍କ ଆକ୍ରୋଶ ର ଶିକାର ହେବା ରେ ଲାଗିଛି ପରିଣାମ ସ୍ୱରୂପ ସୋରଡା ରେ ପରିବର୍ତନ ର ସ୍ଵର ଏବେ ଦେଖିବାକୁ ମିଳିଛି। ସୋରଡା ବ୍ଲକ ର କୋଣ ଅନୁକୋଣ ରେ ବର୍ତମାନ ଲୋକେ ଶାସନ ଗାଦି ପରିବର୍ତନ କରିବା ସପକ୍ଷ ରେ ରହିଥିବା ଭୋଟର ଙ୍କ ମୁଖ ରୁ ଶୁଣିବାକୁ ମିଳିଛି। ତେବେ ସୋରଡା ରେ ନିର୍ବାଚନ ଦେଖିବାକୁ ଗଲେ ଦୁଇ ଜଣକ ମଧ୍ୟ ରେ ଏକ ପାରମ୍ପରିକ ଲଢେଇ ବୋଲି କହିବାକୁ ଅତ୍ଯୁକ୍ତି ହେବନି। ତେବେ ଦେଖାଯାଉ ବର୍ତମାନ ନିର୍ବାଚନ ରେ ଲୋକେ କାହାକୁ ଏଠାକାର ପ୍ରତିନିଧି ଭାବେ ନିର୍ବାଚିତ କରିଛନ୍ତି। ପୁଣିଥରେ ଶାସନ ଶାସକ ଦଳ ହାତରେ ରହିବା ନା ଏଥର ସୋରଡା ରେ ମଧ୍ୟ ପରିବର୍ତନ ର ରୂପରେଖ ଦେଖିବାକୁ ମିଳିବ ତାହା ଆଜି ଇଭିଏମ ଉତ୍ତର ଦେବ।