ଆଜି ଗୁରୁବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…

ମେଷ :-ଆଜି ଭାଇ,ବନ୍ଧୁ ଓ ସମ୍ପର୍କୀୟଙ୍କ ସହ ମତଭେଦର ପରିସ୍ତିତି ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ମଧ୍ୟମ ରହିବ ସାମ୍ବାଦିକତା ଗବେଷଣା,ରପ୍ତାନୀ ବାଣିଜ୍ୟ, ଜମିଜମା ତଥା ବ୍ୟବସାୟିକ କ୍ଷେତ୍ରରେ ସଫଳତା ପାଇବେ।ପ୍ରତିକାର- ପିତା ମାତାଙ୍କ ପାଦ ସ୍ପର୍ଶ କରି କାର୍ଯ୍ୟ କ୍ଷେତ୍ରକୁ ଯାଆନ୍ତୁ।

ବୃଷ :-ଯେକୈାଣସି ପରିସ୍ଥିତିରେ ମଧ୍ୟ ଆପଣଙ୍କ ବୁଦ୍ଧିବଳ ଖଟାଇ କାମ ହାସଲ କରିପାରିବେ। କୈାଣସି ଆତ୍ମୀୟଙ୍କ ସମ୍ପର୍କରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଲେଖାପଢାରେ, ସନ୍ତାନସନ୍ତତିରେ, ସଭାସମିତିରେ ଧୀରମନ୍ଥର ଗତିରେ କାମ କରିବାକୁ ବାଧ୍ୟ ହେବେ। ଅର୍ଥଲାଭ ଓ ଶୁଭଖବର ପାଇ ମନ ଖୁସୀ ହୋଇଯିବ।ପ୍ରତିକାର- ମିଠା ଦହି ଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ମିଥୁନ :-କୈାଣସି କାମରେ ଓହରିଯିବେ ନାହିଁ ବରଂ ସାହସିକ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ। ସମସ୍ୟା ସମ୍ପର୍କରେ ସମାଧାନର ଦାୟିତ୍ୱ ନେବା ପାଇଁ ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। କ୍ରୀଡା,ଚଳଚ୍ଚିତ୍ର ଓ କଳା,ସାହିତ୍ୟରେ ଉନ୍ନତି କରିବେ। ମହିଳା ମାନଙ୍କ ମନ ପ୍ରଫୁଲ୍ଲ ରହିବ।ପ୍ରତିକାର-ହଳଦୀ ରଙ୍ଗର ଚନ୍ଦନର ଟିକା ମଥାରେ ଲଗାନ୍ତୁ।

କର୍କଟ :-ପାରିବାରିକ ଆବଶ୍ୟକତା ଉପଲବ୍ଧତ୍ କରି କୈାଣସି ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ଆମଦାନୀ କାରବାର ଓ ପରିବହନରେ ସମସ୍ୟା ରହିବ, କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ । ଧ୍ୟୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ସମସ୍ୟାର ସମାଧନ କରିବା ସହ ଅଭିଳାଷକୁ ପୂରଣ କରିପାରିବେ।ପ୍ରତିକାର- ଗୁଡ଼ ପାଣିରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ ‌।

ସିଂହ :-ବାରମ୍ବାର ଚେଷ୍ଟକରି ମଧ୍ୟ ଅଟକି ରହିଥିବା କୈାଣସି କାମ ସକାଶେ କାୈଣସି ଶୁଭଖବର ପାଇ ଖୁସି ହେବେ। ପରିବାର, କର୍ମକ୍ଷେତ୍ର, ମିତ୍ରବନ୍ଧୁଙ୍କ କ୍ଷେତ୍ରରେ ପଛକଥା ନଭାବି ବର୍ତମାନର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ସନ୍ତାନଙ୍କ ସମସ୍ୟା ଓ ପଡୋଶୀଙ୍କ ବିବାଦୀୟ ମନ୍ତବ୍ୟ ମାନସିକ ଅଶାନ୍ତିର କାରଣ ହୋଇପାରେ।ପ୍ରତିକାର-ତୁଳସୀ ମୂଳର ମାଟି ମଥାରେ ଲଗାନ୍ତୁ ।

କନ୍ୟା :-କର୍ମକ୍ଷେତ୍ରରେ ଆପଣଙ୍କ ଭୁଲ୍‌ ନିଷ୍ପତିହିଁ ସମସ୍ୟାକୁ ବଢାଇ ଦେଇପାରେ। ପାରିବାରିକ କ୍ଷେତ୍ରରେ ନିଜର ପ୍ରିୟ ବ୍ୟକ୍ତିଙ୍କ ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ। ସମ୍ମାନନୀୟ ବ୍ୟକ୍ତି ବିଶେଷଙ୍କ ଅନୁକମ୍ପାରୁ ସାମାଜିକ ସ୍ତରରେ ସୁଖ୍ୟାତି ଅର୍ଜନର ମାର୍ଗ ଉନ୍ମୁକ୍ତ ହୋଇପାରେ। ଆଇନ ଅଦାଲତ,ପ୍ରକାଶନ ଓ ପ୍ରଶାସନ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।ପ୍ରତିକାର-ଅଶ୍ବତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀର କଳାରାଶି ମିଶାଇ ଢାଳନ୍ତୁ ।

ତୁଳା :-ଅଯଥା ଚିନ୍ତା କରି ମନକୁ ବିଭ୍ରାନ୍ତ କରି ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି। ବହୁତ ଦିନରୁ ସ୍ଥିରୀକୃତ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଗୃହ ସମସ୍ୟା ଅନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିବ ।ପ୍ରତିକାର- କିଛି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ବିଛା :-ନୂତନ ପରିବେଶରେ ନୁଆଁ ବନ୍ଧୁଙ୍କୁ ମିଶି ନୁଆଁ ନୁଆଁ ଯୋଜନା ପାଇଁ ଆଲୋଚନା କରିପାରନ୍ତି। ରାଶ୍ୟାଧିପତିଙ୍କ ପ୍ରଭାବରୁ ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ଅବଶ୍ୟମ୍ଭାବୀ। ସାହିତ୍ୟ,ସାମ୍ବାଦିକତା, ପ୍ରଶାସନ, ରାଜନୀତି,କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ପ୍ରତିକାର- ଓଁ ନମଃ ଶିବାୟ ଏହି ମନ୍ତ୍ରରେ ପାଞ୍ଚଟି ତ୍ରିଶାଖା ବେଲପତ୍ର ଶିବଲିଙ୍ଗ ଉପରେ ଚଢାନ୍ତୁ

ଧନୁ :-ସ୍ବକୀୟ ଗୁଣଧର୍ମ ତ୍ୟାଗ କରି ଲକ୍ଷ୍ୟହୀନ କାର୍ଯ୍ୟ,ଭ୍ରମଣ ଜନିତ ସମୟର ଅପଚୟ କରିପାରନ୍ତି। ଫଳତଃ ସୁବିଧା ଥାଇ ମଧ୍ୟ କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ମଧ୍ୟରେ କାମ ହାସଲ କରବାକୁ ପଡିବ। କାନକୁହା କଥାକୁ ସତ ମନେକରି ପଦାଧିକାରୀ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି କିନ୍ତୁ ଅସୁବିଧା ହେବନାହିଁ ।ପ୍ରତିକାର-ସାତଟି ପାନ ପତ୍ର ଗଣେଶଙ୍କୁ ଚଳାନ୍ତୁ।

ମକର :-ସାଧାରଣ କଥାରେ ତର୍କବିତର୍କ ଜନିତ ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ଆପଣଙ୍କ କାର୍ଯ୍ୟକଳାପରେ ବନ୍ଧୁ ଅସନ୍ତୁଷ୍ଟ ହୋଇ ଦୂରେଇ ରହିବାର ଅନୁଭବ କରିପାରନ୍ତି। ଅତି ନିକଟତମ ବ୍ୟକ୍ତିଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ ଭୋଗବିଳାସ,ଭ୍ରମଣ,ନୂତନ କର୍ମାରମ୍ଭ,ବ୍ୟବସାୟ ସକାଶେ ଦିନଟି ପ୍ରାୟତଃ ଭଲ ରହିବ।ପ୍ରତିକାର-ହନୁମାନଙ୍କ ପାଖରେ ରାଶି ତେଲର ଦୀପଟିଏ ଜାଳନ୍ତୁ ।

କୁମ୍ଭ :-ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ କର୍ମାରମ୍ଭ କରିପାରନ୍ତି। ସାମାଜିକ ସ୍ତରରେ ଅହେତୁକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସାମାଜିକ ସ୍ତରରେ ଖଳବୁଦ୍ଧିରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିପାରେ। ବିଶେଷ ଭାବରେ ଆଜିଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।ପ୍ରତିକାର-ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।

ମୀନ :-ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ,ଫଳରେ କାମ ପ୍ରତିସ୍ପୃହା ରହିବ ନାହିଁ। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। କର୍ମକ୍ଷେତ୍ରରେ ଘଡିକେ ଘୋଡା ଛୁଟୁଥିବାର ଲକ୍ଷ୍ୟକରି କୈାଣସି ନିଷ୍ପତି ନେବା ପ୍ରଶାସନିକ ସ୍ତରରେ ଚିନ୍ତାର କାରଣ ହେବ। ପ୍ରତିବନ୍ଧକ କାରଣରୁ ଶେଷ ସମୟରେ ଯାତ୍ରା ସ୍ଥଗିତ ରହିଯିବ।ପ୍ରତିକାର-ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ