ଆଜି ଗୁରୁବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳରୁ…
ମେଷ :-ଆଜି ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ଲାଭଦାୟକ ହେବ। ଆର୍ଥିକ ଲାଭ ମିଳିବ। ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।ଶରୀର ଏବଂ ମନ ସୁସ୍ଥ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ମହିଳାମାନେ ଘରେ ବାହାରେ ସବୁଠି ପ୍ରସଶନୀୟା ହେବେ।ପ୍ରତିକାର ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ :-ଆଜି ଲୋକମାନଙ୍କ ସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧ ରହିବ। ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ। ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ। ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।ପ୍ରତିକାର ହଳଦୀ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ।
ମିଥୁନ :-ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ। ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ। ଶାରୀରିକ ଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ ନାହିଁ। ପ୍ରତିକାର କୈାଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
କର୍କଟ :-ଆଜି କାର୍ଯ୍ୟରେ ସଫଳତା ହାସଲ କରିବେ। ବନ୍ଧୁ ସହିତ ଯୋଗାଯୋଗ ହେବ ମନ ପ୍ରଫୁଲ୍ଲିତ ରହିବ। ଭ୍ରମଣର ଯୋଗ ରହିଛି ଭାଇ-ବନ୍ଧୁମାନଙ୍କସହ ମିଳାମିଶା ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ। ପ୍ରତିକାର ଗୁଡ ରୁଟି ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।
ସିଂହ :-ଆଜି ଦୂରରେ ବାସ କରୁଥିବା ମିତ୍ରମାନଙ୍କ ସହିତ ଯୋଗାଯୋଗ ହେବ।ପରିବାରରେ ସୁଖ-ଶାନ୍ତି ରହିବ। ଉତ୍ତମ ଭୋଜନର ପ୍ରାପ୍ତି ହେବ। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।ପ୍ରତିକାର ଓଁ ଘୃଣି ସୂର୍ଯ୍ଯାୟ ନମଃ ଏହି ମନ୍ତ୍ରରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।
କନ୍ୟା :-ଆଜି ଆପଣ ସମସ୍ତ ଦିଗରେ ଶୁଭ ଫଳ ପାଇବେ । ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ହେବ। ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ସୁଖ-ଆନନ୍ଦ ପ୍ରାପ୍ତି ହେବ। ଧନ ଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।ପ୍ରତିକାର ତୁଳସୀ ମୂଳେ ଜଳ ପ୍ରଦାନ କରନ୍ତୁ।
ତୁଳା :-ଆଜି ଆପଣ ଯଗିରଖି ଚଳନ୍ତୁ କୁଟୁମ୍ବଜନମାନଙ୍କ ସହିତ ମନାନ୍ତର ମତାନ୍ତର ଦେଖାଦେଇପାରେ। ପରୋପକାର କରି ପ୍ରଶଂସିତ ହେବେ।ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗ କରିବ। ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କର ନାମ ସ୍ମରଣ କରନ୍ତୁ ଶାନ୍ତି ମିଳିବ।ପ୍ରତିକାର ଓଁ ନମଃ ଶିବାୟ ମନ୍ତ୍ରରେ ଶିବଲିଙ୍ଗରେ ପାଞ୍ଚଟି ତ୍ରୀଶାଖା ବେଲପତ୍ର ଚଢାନ୍ତୁ।
ବିଚ୍ଛା :-ଆଜି ଆପଣଙ୍କୁ ଗୃହସ୍ଥଜୀବନରେ ସୁଖ ଶାନ୍ତି ସନ୍ତୋଷର ମିଳିବ। ପତ୍ନୀ ତଥା ପୁତ୍ରଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରିବେ, ଶୁଭ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି।ଆୟରେ ବୃଦ୍ଧି ହେବ। ମହିଳା ମିତ୍ରମାନଙ୍କଠାରୁ ସ୍ନେହ ଶ୍ରଦ୍ଧା ସହାନୁଭୂତି ପାଇବେ।ପ୍ରତିକାର ଚନ୍ଦନର ଟିକା ମଥାରେ ଲଗାନ୍ତୁ।
ଧନୁ :-ଆଜି ଆପଣଙ୍କ କାର୍ଯ୍ୟ ସଫଳତା ପୂର୍ବକ ସଂପନ୍ନ ହେବ। ପରୋପକାର ଭାବନା ଆଜି ବଲବତ୍ତର ରହିବ। ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନଟି କଟିବ। ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥଜୀବନରେ ସୁଖ ଶାନ୍ତି ଅତୁଟ ରହିବ। ପ୍ରତିକାର ଓଁ ନମଃ ଶିବାୟ ଏହି ମନ୍ତ୍ରକୁ ୨୭ଥର ଜପ କରନ୍ତୁ ।
ମକର :-ଆଜି ଆପଣଙ୍କ ଦିନ ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରା ଉଦ୍ରେକ ହେବ। ଶାରୀରିକ ପୀଡ଼ା ଦେଖାଦେଇପାରେ। ପତ୍ନୀଙ୍କ ଉତ୍ସାହ ପ୍ରେରଣା ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ । ସନ୍ତାନମାନଙ୍କ କାର୍ଯ୍ୟ କଳାପ ଚିନ୍ତା ସୃଷ୍ଟି କରିବ।ପ୍ରତିକାର ସାତଟି ନୀଳ ଅପରାଜିତା ଫୁଲ ମା କାଳୀଙ୍କୁ ଚଢାନ୍ତୁ।
କୁମ୍ଭ :-ଆଜି ଆପଣଙ୍କର ମନ ବ୍ୟତିବ୍ୟସ୍ତ ହୋଇ ପାରେ। ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି କରିବ। କ୍ରୋଧାନ୍ୱିତ ହୁଅନ୍ତୁ ନାହିଁ ଧୈଯ୍ୟର ସହିତ କାର୍ଯ୍ୟ କଲେ ସଫଳତା ନିଶ୍ଚୟ ମିଳିବ । ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ବିଦ୍ୟାର୍ଥିମାନେ ପଢାପଢିରେ ଏକାଗ୍ରତା ରଖି କୃତକାର୍ଯ୍ୟ ହେବେ।
ପ୍ରତିକାର ପ୍ରଭୁ ଜଗନ୍ନାଥଙ୍କ ପାଖରେ ଘୃତ ଦୀପ ଟିଏ ଜାଳନ୍ତୁ ପ୍ରଭୁଙ୍କୁ ସ୍ମରଣ କରି ବାହାରକୁ ଯାଆନ୍ତୁ।
ମୀନ :-ଆଜିର ଦିନ ସୁଖ-ଶାନ୍ତିରେ କଟିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି। ପ୍ରେମ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।ପ୍ରତିକାର ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।


