ଆଜି ଘୋଷଣା ହେବ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ

ମୁମ୍ବାଇ. (ଯୁଗାବ୍‌ଦ ନ୍ୟୁଜ) : ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଶୃଙ୍ଖଳା ପାଇଁ ଆଉ କିଛି ସମୟପରେ  ଭାରତୀୟ ଦଳ ଚୟନ  କରାଯିବ । ନୂଆବର୍ଷରେ ନୂଆ ସିରିଜ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଦଳର କପ୍ତାନ ବିରାଟ କୋହଲି ଜବରଦସ୍ତ ଫର୍ମରେ ଥିବାବେଳେ ଓପନର ରୋହିତ ଶର୍ମା ଖୁବ ଭଲ ପ୍ରଦର୍ଶନ କରୁଛନ୍ତି । ତେବେ ସୋମବାର ଚୟନକର୍ତ୍ତା ଏମ.ଏସ.କେ. ପ୍ରସାଦ ଘୋଷଣା କରିବେ ଟିମ ଇଣ୍ଡିଆ । ଏବେ ସମସ୍ତଙ୍କ ନଜରରେ ଯଶପ୍ରୀତ ବୁମରା ରହିଛନ୍ତି । ଏମ.ଏସ.କେ ପ୍ରସାଦ ଓ ଗଗନ ଖେଡ଼ାଙ୍କ  କ।ର୍ଯ୍ୟକ।ଳ  ସମାପ୍ତି ହେଉଥିବାରୁ ନୂତନ ବର୍ଷରେ ନୂଆ ଚୟନ କର୍ତ୍ତାଙ୍କ ନାମ ଘୋଷଣା କରାଯିବ ବୋଲି ଆଶା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ