ଆଜି ଚତୁର୍ଥ ଦିନିକିଆ ସିରିଜ ଜିତାବା ଲକ୍ଷରେ ଟିମ ଇଣ୍ଡିଆ
ଆଜି ମୋହାଲିରେ ମହାଲଢେଇ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ମଧ୍ୟରେ ଖେଳାଯିବ ଚତୁର୍ଥ ଦିନିକିଆ ମ୍ୟାଚ୍ । ତେବେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି ଭାରତ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ସେପଟେ ଗତ ମ୍ୟାଚର ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଅଷ୍ଟ୍ରେଲିଆ ।