ଆଜି ଚଳଚିତ୍ର ଶିଳ୍ପ ର ମହାଅଧିବେଶନ

ମାର୍ଚ୍ଚ ୧ରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଏକ ମହାସମାବେଶ ହେବାକୁ ଯାଉଛି ବର୍ଷ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଏହି ସମାବେଶରେ ଆଲୋଚନା ହେବ ପ୍ରେକ୍ଷାଳୟ ନିର୍ମାଣ ତଥା ନବୀକରଣ ଠାରୁ ଆରମ୍ଭ କରି ଉତ୍ତମ ମାନର ସିନେମା ଆଦି ବିଭିନ୍ନ ପ୍ରସଙ୍ଗରେ ଏଠାରେ ଆଲୋଚନା କରାଯିବଭୁବନେଶ୍ୱର ସ୍ଥିତ ସୂଚନା ଭବନଠାରେ ଦିନ ୧୦ ଟା ୩୦ ରେ ଏହି ସମାବେଶ ଆୟୋଜନ ହେବ ଟେକ୍ନିସିଆନଙ୍କ ଠାରୁ ଆରମ୍ଭ କରି କଳାକାର, ବିତରକ, ପ୍ରେକ୍ଷାଳୟ ମାଲିକ ପ୍ରଯୋଜକ ସମସ୍ତଙ୍କର ସମସ୍ୟା ସମ୍ପର୍କରେ ଏଠାରେ ଆଲୋଚନା କରାଯିବ ବୋଲି  ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଦିଲ୍ଲୀପ କୁମାର ମିଶ୍ର ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ