ଆଜି ଜାତୀୟ ପ୍ରେସ ଦିବସ ଅବସରରେ କରଞ୍ଜିଆ ପ୍ରେସ କ୍ଲବ ପକ୍ଷରୁ ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି ଦିବା ୧୦ ଘଟିକା ସମୟରେ କରଞ୍ଜିଆ ଉପଖଣ୍ଡ ଜେଲ ପରିସର ରେ କରଞ୍ଜିଆ ପ୍ରେସସକ୍ଲବ ପକ୍ଷରୁ କରଞ୍ଜିଆ ପ୍ରେସ କ୍ଲବ ସଭାପତି ଧରଣୀଧର ପ୍ରଧାନ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା କର୍ଣ୍ଣାର୍ଜୁନl ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ପାଞ୍ଚପିଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ସମ୍ମାନିତ ଅତିଥି ରୂପେ କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାଏକ,ବିଡ଼ିଓ ହୃଦାନନ୍ଦ ଆଧା, କରଞ୍ଜିଆ ପ୍ରେସକ୍ଲବ ର ସମ୍ପାଦକ କର୍ଣର୍ଜୁନ ସାହା,ବରିଷ୍ଠ ସାମ୍ବାଦିକ ଉମାଶଙ୍କର ଦାଶ ଯୋଗଦେଇ ଜେଲ ଅନ୍ତେବାସୀଙ୍କୁ କମ୍ବଳ ଓ ଫଳ ପ୍ରଦାନ କରିବା ସହିତ ଜେଲରୁ ଫେରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ l ପ୍ରଥମେ ସମ୍ପାଦକ ଶ୍ରୀ ସାହା ସମସ୍ତଙ୍କୁ ଜାତୀୟ ପ୍ରେସ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ,ପାର୍ଥପ୍ରସନ୍ନ ମିଶ୍ର, ଜିତେନ୍ଦ୍ର ରାଜ, ଦିବ୍ୟନ୍ଦୁ ବେହେରା, ସୁମନ୍ତ ପାତ୍ର, ସଞ୍ଜୟ ଅଗ୍ରୱାଲ, ଅରୁଣବେହେରା, ଯୁବ ସମାଜସେବୀ ବି. ଅନିଲ ରାଓ,ଦୀନେଶ ଦାଶ, ସୁମନ୍ତ ମହାନ୍ତ, ସମୀର ଓତ୍ତା, ସତ୍ୟବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ