ଆଜି ଜେଲରୁ ମୁକୁଳିବେ ସନ୍ତୋଷ ରାଉଳ !
( ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରପଡାର ଆତ୍ମଘୋଷିତ ବାବା ତଥା ସାରଥି ଓରଫ୍ ସନ୍ତୋଷ ରାଉଳ ଆଜି ଜେଲରୁ ମୁକୁଳିପାରନ୍ତି । କେନ୍ଦ୍ରପଡା ଜିଲ୍ଲା ଏସ୍ଡିହେଜଏମ୍ଙ୍କ କୋର୍ଟରେ ଜେଲ ବଣ୍ଡ ଦାଖଲ କରଯାଇଛି । ତେଣୁ ରିପୋର୍ଟ ଆସବା ପରେ ଗୁରୁବାର ଦିନ ମୁକୁଳିପାରନ୍ତି ସାରଥି । ବାରିମୂଳ ଆଶ୍ରମ ଅନ୍ତେବାସୀନୀ ମା,ଝିଅ ମାମଲରେ ହାଇକୋର୍ଟ ସାରଥି ଜାମିନ ପ୍ରଦାନ କରିଛନ୍ତିି । ଜାମିନ ଦେବା ପୂର୍ବରୁ କିଛି ଗୁରୁତ୍ୱପୂଣ୍ର୍ଣ୍ର ରାୟ କୋର୍ଟ ଶୁଣାଇଛନ୍ତି । ସାରଥିଙ୍କୁ ୨ ଲକ୍ଷ ଜୋରିମାନା ସମେତ ୨ ଜଣଙ୍କ ଜାମିନ ଦାର ବଦଳରେ ତାଙ୍କୁ ଜାମିନ ମିଳିଛି । ସେ କୈାଣସି ସାକ୍ଷୀ ମାନଙ୍କୁ ପ୍ରଭାବିତ କରିପାରିବେ ନାହିଁ କି ଧର୍ମ ସଭା ଆଦି କରିପାରିବେ ନାହିଁଏବଂ ତଦନ୍ତ କାରୀ ସଂସ୍ଥାକୁ ସମସ୍ତ ପ୍ରକାର ସାହାର୍ଯ୍ୟ ଓ ସହଯୋଗ କରିବାକୁ ସାରଥିଙ୍କୁ କୋର୍ଟଙ୍କ ନିର୍ଦେଶ ହୋଇଛି ।