ଆଜି ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ ପ୍ରଚାର

ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୯ଦିନ ବାକି ଥିବାବେଳେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଜୋର ଧରିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ବ୍ରହ୍ମପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପାରଳାଖେମୁଣ୍ଡିରେ ରାଷ୍ଟ୍ରୀୟ ସଭାପତି ଅମିତ ଶାହ ପ୍ରଚାର କରି ସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ଯିବେ । ସୂଚନାନୁସାରେ, ଅପରାହ୍ନ ୩ଟାରୁ ରାତି ୮ଟା ୪୦ ମିନିଟ୍ ୫ ଘଣ୍ଟା ୪୦ ମିନିଟ ଭିତରେ ଗୋପାଳପୁର ନିର୍ବାଚନମଣ୍ଡଳୀର କନିଷି ଠାରୁ ବ୍ରହ୍ମପୁର ସହର ଦେଇ ରମ୍ଭା ପର୍ଯ୍ୟନ୍ତ ୬୦ କିଲୋମିଟର ମାରାଥନ୍ ରୋଡ଼ ସୋ’ କରିବା ସହ ଦୁଇଟି ନିର୍ବାଚନୀ ସଭାରେ ଯୋଗ ଦେବେ। ସେ ବ୍ରହ୍ମପୁର, ଛତ୍ରପୁର ଏବଂ ଗୋପାଳପୁର ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। କନିଷି ଓ ଛତ୍ରପୁର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏହା ସହିତ ବ୍ରହ୍ମପୁର, ଛତ୍ରପୁର, ଗଞ୍ଜାମ ଓ ରମ୍ଭା ଏନ୍ଏସିରେ ରୋଡ ସୋ’ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ