ଆଜି ଠାରୁ ଗ୍ରାସୀମ ଇଣ୍ଡୋଷ୍ଟିଜର ଉତ୍ପାଦନ ଆରମ୍ଭ
ଗଞ୍ଜାମ:କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ଗତ ୨୨ ତାରିଖ ଠାରୁ ଲକଡାଉନ ଜାରିକରିଥିବା ବେଳେ ଏହିପରିପ୍ରେକ୍ଷୀରେ ଯାତାୟତ ଠାରୁ ଆରମ୍ବ କରି ସମସ୍ତ କାର୍ଯ୍ୟ ବନ୍ଦ ରହିବା ସହ ସମସ୍ତ ଇଣ୍ଡୋଷ୍ଟିଜ ଓ କମ୍ପାନୀର କାର୍ଯ୍ୟବନ୍ଦ ରହିଛଛି ।ଏହି ଅବସରରେ ଗଞ୍ଜାମ ସହରସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜ ର ଉତ୍ପାଦନ ବନ୍ଦ ରହିଛି । ଯାହାଫଳରେ କମ୍ପାନୀ ପକ୍ଷରୁ ଦୈନିକ ଲକ୍ଷ, ଲକ୍ଷ ଟଙ୍କା କ୍ଷତି ହେଉଥିବା ଦର୍ଶାଇ ପୁନଃ ଉତ୍ପାଦନ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଆବେଦନ କରିଥିଲେ । ଜିଲ୍ଲାପାଳ ଏହାର ଅନୁମତି ଦେଇଥିବାରୁ ଆଜି ତହସିଲଦାର ଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପ୍ରଶାସନ,କମ୍ପାନୀ କର୍ତ୍ତୃପକ୍ଷ, ଶ୍ରମବିଭାଗ, ଦୁଇଟି ଶ୍ରମିକସଙ୍ଘଠନ ସହ ବୈଠକ ହୋଇଥିଲା । କମ୍ପାନୀ କର୍ତ୍ତୃପକ୍ଷ ଙ୍କ କିଛି ସର୍ତ୍ତଜୋଗୁ ଦୁଇଟି ଶ୍ରମିକ ସଙ୍ଘଠନ ରାଜି ହୋଇ ନଥିଲେ। ଫଳରେ ପ୍ରଶାସନ ହସ୍ତକ୍ଷେପ ପରେ , କମ୍ପାନୀ କର୍ତ୍ତୃପକ୍ଷ ନିଜର ସର୍ତ୍ତ ପ୍ରତ୍ୟାହାର କରିବା ପରେ ଏଥିରେ ଦୁଇଟି ଶ୍ରମିକ ସଂଘଠନ ର ସହମତି ପ୍ରକାରେ ଆସନ୍ତା କାଲି ଠାରୁ କମ୍ପାନୀ ତାର ଉତ୍ପାଦନ ଆରମ୍ଭ କରିବ ବୋଲି ନିଷ୍ପତ୍ତି ହୋଇଥିଲା । ।ଏହି ବୈଠକରେ ତହସିଲଦାର ଅବନୀ କୁମାର ସାହୁ, ଜିଲ୍ଲାଶ୍ରମ ଅଧିକାରୀ ଶିବପ୍ରସାଦ ସାହୁ, ଗ୍ରାସୀମର ମାନବସମ୍ବଳ ମୁଖ୍ୟ ଜି.କେ.ଗ୍ୟାନିରିୱାଲ, ଆଇ.ଆ-ୱଲଫେର ପୁରୁଷୋତ୍ତମ ଶର୍ମା, ସି.ଏସ.ଆର ମୁଖ୍ୟ ପ୍ରବୀଣ ଦାଶ, ଏମପ୍ଲଇସ ୟୁନିୟନ ସଭାପତି ପ୍ରବୀଣ ଦାସ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ପ୍ରଧାନ ଓ, ପ୍ରଣୟ ପ୍ରଧାନ, ସଭାପତି ସୀମାଞ୍ଚଳ ନାହାକ, ୱାକସ ୟୁନିୟନ ର କାର୍ଯ୍ୟକାରୀ ସଭପତି ଶଙ୍କର ଦାସ, ସନ୍ତୋଷ ରେଡି କୃଷ୍ଣ ପଳେଇ ଅର୍ଜୁନ ସାହୁ ଓ, ଗଂଜାମ ଥାନା ଅଧିକାରୀ ଙ୍କ ପ୍ରତିନିଧି ଏସ.କେ.କଂହର ।ଉପସ୍ଥିତ ଥିଲେ ।ସରକାରୀ ନିୟମ ଅନୁସାରେ କମ୍ପାନୀ କର୍ତ୍ତୃପକ୍ଷ ଲକଡାଉନ ସମୟ ସୀମା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଙ୍କୁ ପୂର୍ବଭଳି ବେତନ ପ୍ରଦାନ କରିବେ।


