ଆଜି ଠାରୁ ରାଜ୍ୟସ୍ତରୀୟ ମଙ୍ଗଳା କପ୍ କ୍ରିକେଟ

ନିମାପଡ଼ା, (ସନ୍ତୋଷ ଦାଶ):ପ୍ରତିବର୍ଷ ପରି ଚଳିତବର୍ଷ ପୁରୀ ଜିଲ୍ଲା କାକଟପୁର ର ମିନିଷ୍ଟାଡିୟମ ଠାରେ ମଙ୍ଗଳା କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆଜି ଠାରୁ ଆୟୋଜିତ ହେବାକୁ ଯାଉଛି ୩୩ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ l ଉକ୍ତ କ୍ରିକେଟ ପ୍ରତିଯୋଗୀତା ରେ ରାଜ୍ଯ ର ପ୍ରସିଦ୍ଧ ୮ ଟି କ୍ରିକେଟ କ୍ଲବ୍ ଭାଗ ନେଉଥିବା ବେଳେ ଜାନୁଆରୀ ୮ ତାରିଖରେ ଉକ୍ତ ଖେଳ ଉଦଯାପନ ହେବ ବୋଲି କ୍ଲବର ସଭାପତି ପ୍ରଦୀପ୍ତ କୁମାର ଦୀକ୍ଷିତ ପ୍ରକାଶ କରିଛନ୍ତି l ଚମ୍ପିୟାନ ଦଳକୁ ୩୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଦଳକୁ ୨୦ ହଜାର ଟଙ୍କା ସହିତ କପ ପୁରସ୍କାର ଦିଆଯିବା ସହିତ ସମସ୍ତ ଖେଳାଳି ଧଳା ଡ୍ରେସ ପରିଧାନ କରି ଏସଜି ଡ଼ିଉଜ ବଲ ରେ ଖେଳିବେ ବୋଲି ଆୟୋଜକ କ୍ଲବର ସମ୍ପାଦକ ଶୁଭ୍ରାଂଶୁ ଭୂଷଣ ଦୀକ୍ଷିତ ସୂଚନା ଦେଇଛନ୍ତି l ରବିବାର ପ୍ରଥମ ମ୍ୟାଚ୍ ପୁରୀ ର ପାଇନର ସ୍ପୋଟିଂ ଓ ଭୁବନେଶ୍ବର ର ରାମେଶ୍ବର ସ୍ପୋଟିଂ ମଧ୍ୟରେ ଅନୁଷ୍ଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ