ଆଜି ଠାରୁ ସମ୍ବଲପୁରୀ ଧନୁଯାତ୍ରା ଆରମ୍ଭ

ସମ୍ବଲପୁର, (ଲିପନ ନାଏକ):ଚଳିତବର୍ଷ ସମ୍ବଲପୁରୀ ଧନୁଯାତ୍ରା ୨ୟ ବର୍ଷରେ ପଦାର୍ପଣ କରିଛି । ସମ୍ବଲପୁରୀ ଭାଷାଭାଷୀ ଅଞ୍ଚଳରେ ଭାଷା ଓ ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଏହି ଉଦ୍ୟମ ଆରମ୍ଭ ହୋଇଛି । ଗଙ୍ଗାଧର ମଣ୍ଡପ ମଥୁରା ନଗର ଓ ଚାଉଁରପୁରରେ ଗୋପପୁର ପାଲଟିଛି । ଆସନ୍ତା ୧୫ରୁ ୧୯ପର୍ଯ୍ୟନ୍ତ ଏହି ଯାତ୍ରା ଆୟୋଜିତ ହେବ । ସାମ୍ବାଦିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧନୁଯାତ୍ରା କମିଟି ସଭାପତି ସଞ୍ଜୟ ବାବୁ ଏହା କହିଥିଲେ । ସେ ଆହୁରି କହିଥିଲେ ଯେ, ପ୍ରଥମ ଦିନ ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରା ବାହାରିବ । ଏହା ଗଙ୍ଗାଧର ମଣ୍ଡପରେ ଶେଷ ହେବ । ସଂନ୍ଧ୍ୟାରେ ଉଗ୍ରେସେନ ଗାଦିଚ୍ୟୁତ୍ ଓ କଂସଙ୍କ ରାଜ୍ୟାଭିଷେକ ନାଟକ ମଞ୍ଚସ୍ଥ ହେବ । ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ରହିଛି । ପ୍ରଥମ ଦିନକୁ ଛାଡି ପ୍ରତ୍ୟହ କଂସ ମହାରାଜା ହାତୀ ଉପରେ ବସି ନଗର ପରିକ୍ରମା କରିବେ । ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି କୃଷ୍ଣ ଓ ବଳରାମଙ୍କୁ ବଧ କରିବା ପାଇଁ ମସୁଧା କରିବାର କାର୍ଯ୍ୟକ୍ରମ ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି କମଳ ଲୋଚନ ପଣ୍ଡା, ଉପସଭାପତି ରାମଦାସ ପଣ୍ଡା, କଂସ ଫଣିନ୍ଦ୍ର ପ୍ରସାଦ ପଣ୍ଡା, ନିର୍ଦ୍ଦେଶକ ବାବୁଲୁ ବାଗ ଓ ଚାଉଁରପୁର କମିଟିର ଆଦିତ୍ୟ ନାୟକ ମଞ୍ଚାସୀନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ