ଆଜି ଠାରୁ ୩୩ ତମ କୋଣାର୍କ ଉତ୍ସବ ଓ ୧୩ ତମ ବାଲୁକା କଳା ଉତ୍ସବ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅର୍କକ୍ଷେତ୍ର କୋଣାର୍କ ଠାରେ ୩୩ ତମ କୋଣାର୍କ ଉତ୍ସବ ଓ ୧୩ ତମ ଆନ୍ତର୍ଜାତୀୟ ବାଲୁକା କଳା ଆଜି ଠାରୁ ଆରମ୍ଭ ହେଉଛି। ଶୁକ୍ରବାର ସଂଧ୍ୟା ରେ ଉକ୍ତ ଦୁଇ ଉତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟନ ହେବ।ଉତ୍ସବ ପାଇଁ କୋଣାର୍କ ରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କୋଣାର୍କ ର ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ଶୁକ୍ରବାର ସଂଧ୍ୟା ରୁ ପାଞ୍ଚଦିନ ବ୍ୟାପୀ ଅନୁଷ୍ଠିତ ହେବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ୩୩ତମ କୋଣାର୍କ ଉତ୍ସବ। ସେହିପରି ଚନ୍ଦ୍ରଭାଗା ସ୍ଵର୍ଣ୍ଣାଭ ବେଳାଭୂମି ରେ ଆରମ୍ଭ ହେବ ତ୍ରୟୋଦଶ ତମ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ।କୋଣାର୍କ ଉତ୍ସବ ପାଇଁ ବେଶ ଉତ୍ସବମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି କୋଣାର୍କ । ଆମ ଦେଶର କଳା ସଂସ୍କୃତିର ପ୍ରଚାର ପ୍ରସାର ଓ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଉଦ୍ଦେଶ୍ୟ ରେ ଆରମ୍ଭ ହୋଇଥିବା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳାଉତ୍ସବ ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ଓ ଚନ୍ଦ୍ରଭାଗାର ସ୍ଵର୍ଣ୍ଣାମ ବେଳାଭୂମିରେ ଅନୁଷ୍ଠିତ ହେବ । ଏଥିପାଇଁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମିକୁ ନୂଆରୂପରେ ସଜ୍ଜିତ କରାଯାଇଛି । ବିଶେଷକରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ ର ମଞ୍ଚ ସଜ୍ଜା,ତୋରଣ ନିର୍ମାଣ ,ଆଲୋକ ସଜ୍ଜା,ଅନ୍ୟାନ୍ୟ ବାହ୍ୟ ସାଜସଜ୍ଜା ସହ ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବାରିକେଟ ନିର୍ମାଣ ଓ ଆଲୋକିକରଣ,ତୋରଣ ନିର୍ମାଣ କାର୍ଯ୍ୟଶେଷ ହୋଇଛି ।କୋଣାର୍କକୁ ପର୍ଯ୍ୟଟକ ମାନେ ଆସିବା ପାଇଁ ରାଜ୍ୟ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ପ୍ଯାକେଜ ବ୍ୟବସ୍ଥା ଘୋଷଣା କରାଯାଇଛି । କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ କଟକର ସୁର ମନ୍ଦିର ଗ୍ରୁପ ପକ୍ଷରୁ ଓଡିଶୀ ଓ ବେଙ୍ଗାଲୁର ଚିଥକଳା ଏକାଡେମୀ ପକ୍ଷରୁ ଭାରତନାଟ୍ୟମ, ଦ୍ଵିତୀୟ ସନ୍ଧ୍ୟାର ପ୍ରଥମ ଅଧ୍ୟାୟ ରେ ନୂଆଦିଲ୍ଲୀ ର କୁଚୁପୁଡି ଡ୍ୟାନ୍ସ ଏକାଡେମୀ କଳାକାର ମାନଙ୍କ ଦ୍ଵାରା କୁଚୁପୁଡି ନୃତ୍ୟ ଓ ଦ୍ୱିତୀୟ ଅଧ୍ୟାୟ ରେ ନୂଆଦିଲ୍ଲୀ ଉତ୍ସବ ଏକାଡେମୀ କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ ,ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱର ଦେଵଦାସୀ କଳାକାର ମାନଙ୍କ ଦ୍ୱାରା ଓଡିଶୀ ଓ ନୂଆଦିଲ୍ଲୀ କଳାକାର ମାନଙ୍କ ଦ୍ୱାରା ସାତ୍ରୀୟ , ଚତୁର୍ଥ ସନ୍ଧ୍ୟାର ପ୍ରଥମ ଅଧ୍ୟାୟ ରେ କେରଳର ଲାସ୍ୟ ଏକାଡେମୀର କଳାକାର ମାନେ ମୋହିନୀନାଟ୍ୟମ ଓ ଦ୍ୱିତୀୟ ଅଧ୍ୟାୟ ରେ ମୁମ୍ବାଇର କାଇଶିକି ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଓଡିଶୀ ନୃତ୍ୟ ,କୋଣାର୍କ ଉତ୍ସବର ଶେଷ ସନ୍ଧ୍ୟାରେ ଭୁବନେଶ୍ୱର ଗୀତ ଗୋବିନ୍ଦ ଚାରଟେବୁଲ ର କଳାକାର ମାନଙ୍କ ଦ୍ୱାରା ଓଡିଶୀ ଓ କୋଲକତା ର ପ୍ରେରଣା ଗ୍ରୁପ ତରଫରୁ କଥକ ନୃତ୍ୟ ପରିବେଷଣ ହେବ ଓ ଚନ୍ଦ୍ରଭାଗା ବେଳେଭୂମିରେ ଆରମ୍ଭ ହେବାକୁଥିବା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବରେ ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୧ରୁ୫ତାରିଖ ୫ ଦିନ ବ୍ୟାପୀ ଚାଲିବ । ଚଳିତ ବର୍ଷ ଆମେରିକା, ଅଷ୍ଟ୍ରେଲିଆ, ରସିୟ ,ଶ୍ରୀଲଙ୍କା,ରସିଆ ,ବେଲାରୁଷ ଆଦିର ୬ ଟି ଦେଶର ବିଦେଶୀ ଶିଳ୍ପୀ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ସମୁଦାୟ ୧୦୦ ରୁ ଉର୍ଦ୍ଧ ବାଲୁକା କଳା ଶିଳ୍ପୀ ଅଂଶଗ୍ରହଣ କରି ପ୍ରତ୍ୟକ ଦିନ ବିଭିନ୍ନ ବିଷୟବସ୍ତୁ ଉପରେ ବାଲୁକା କଳା ପ୍ରଦର୍ଶନ କରିବେ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚି ଥିବାବେଳେ ଚଳିତ ବର୍ଷ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନ ଏ ସି ପକ୍ଷରୁ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ , ପାର୍କିଂ ଓ ମିନା ବଜାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମିକୁ ନୂଆରୂପରେ ସଜ୍ଜିତ କରାଯାଇଛି ଅପେକ୍ଷା ହଜାର ହଜାର ଦର୍ଶକଙ୍କୁ । କୋଣାର୍କ ଉତ୍ସବ ଏକ ଗଣ ପର୍ବରେ ପରିଣତ ହୋଇଛି ।