ଆଜି ଦାୟିତ୍ୱ ନେବେ ଡିଜିପି ଅଭୟ
ଭୁବନେଶ୍ୱର: ନୂଆ ଡିଜିପି ଭାବେ ଆଜି ଦାୟିତ୍ୱ ନେବେ ଅଭୟ । ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅଭୟ ପହଞ୍ଚିବେ । ସେଠାରୁ ସିଧା କଟକ ପୁଲିସ ମୁଖ୍ୟାଳୟକୁ ଯିବେ । ଅପରାହ୍ନ ୪ଟା ୩୦ ମିନିଟରେ ଦାୟିତ୍ୱ ନେଲା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ରାଜ୍ୟ ସରକାର ନଭେମ୍ବର ମାସ ୨୦ ରେ ନୂଆ ଡିଜିପି ଭାବେ ୧୯୮୬ ବ୍ୟାଚରେ ବରିଷ୍ଠ ଆଇପିଏସ ଅଫିସର ଅଭୟଙ୍କର ନାମ ଘୋଷଣା କରିଥିଲେ । ଅଭୟ ଜାତୀୟ ପୁଲିସ ଏକାଡେମୀରେ ନିର୍ଦ୍ଦେଶକ ଥିବାରୁ ଓଡ଼ିଶା ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିପାରିନଥିଲେ । ସେ ଆସିବା ପର୍ଯ୍ୟନ୍ତ ଡ.ସତ୍ୟଜିତ୍ ମହାନ୍ତିଙ୍କୁ ମଧ୍ୟବର୍ତ୍ତୀ କାଳୀନ ଡିଜି ଭାବେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର ।