ଆଜି ଦିନିକିଆ ଗସ୍ତ ରେ କଳାହାଣ୍ଡି ଆସିଛନ୍ତି ଓଡିଶା ପୋଲିସ ଏ.ଡ଼ି.ଜି ଅମିତାଭ ଠାକୁର

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଆଜି ଏକ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ଭବାନୀପାଟଣା ରିଜର୍ଭ ପୋଲିସ ଫିଲଡ ରେ ୧୨.୨୦ରେ ଏ ଡ଼ି ଜି ଅମିତାଭ ଠାକୁର ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଅଧାରେ କାର୍ଯ୍ୟକ୍ରମ ରେ କିଛି ବଦଳି କରାଯାଇଥିଲା । ସେ ଭବାନୀପାଟଣା ଠାରେ ସନ୍ଧ୍ୟା ୪.୦୦ ରେ ପହଞ୍ଚି ଥିଲେ । ଭବାନୀପାଟଣା ରେ ପହଞ୍ଚିବା ପରେ ମାଓବାଦୀ ଗତି ଵିଧି ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ରେ ଯୋଗଦେଇଥିଲେ । ଏହି ବୈଠକ ରେ ଇଣ୍ଟେଲିଯେନ୍ସ ଡ଼ାଇରେକ୍ଟର ସଂଜୀବ ପଣ୍ଡା, ଡିଆଜି ରାଜେଶ ପଣ୍ଡିତ, Dig Crpf ଓ କଳାହାଣ୍ଡି ଏସ୍ପି ଅଭିଳାଷ ଜି ଏବଂ କଳାହାଣ୍ଡି ର ସମସ୍ତ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟା ୪.୩୦ ରେ ଏଡ଼ିଜି ପୋଲିସ ମୁଖ୍ୟାଳୟ ରେ ସାମ୍ବାଦିକ ସମ୍ବିଳନୀ ରେ ପ୍ରେସ ବ୍ରିଫିଙ୍ଗ କରିଥିଲେ | କଳାହାଣ୍ଡି ଜିଲ୍ଲାରେ ମାଓ ଗତିବିଧି ବଢ଼ୁଥିବାରୁ ତାକୁ କିପରି ଦମନ କରାଯିବ ତାକୁ ନେଇ ଏହି ବୈଠକ ଅନୁଷ୍ଠିତ ହେଇଥିଲା । କିଛିଦିନ ପୂର୍ଵ ରୁ କଳାହାଣ୍ଡି ମଦନପୁର ଥାନା ଟାପରଙ୍ଗ ସଂରକ୍ଷିତ ଜଙ୍ଗଲ ରେ ପୋଲିସ ଓ ନକ୍ସଲ ଗୁଳିବିନିମୟ ରେ ୩ ଜଣ ମାଓବାଦୀ ଙ୍କ ମୃତ ହୋଇଥିବାବେଳେ ଜଣେ ପୋଲିସ ଅଧିକାରୀ ଗୁରୁତର ଅବସ୍ଥା ରେ ଭୁବନେଶ୍ୱର ରେ ଚିକିତ୍ସାଧୀନ ଅବସ୍ଥାରେ ଥିବାରୁ ପୋଲିସ ଏଡିଜି ଅମିତାଭ ଠାକୁର ଙ୍କ ଗସ୍ତ କୁ ନେଇ ପୋଲିସ ପକ୍ଷରୁ କଡାକଡ଼ି ବ୍ୟବସ୍ଥା କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ