ଆଜି ଦିନ ୧୧ଟାରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର: କରୋନା ସତର୍କତା ପାଇଁ ରାଜ୍ୟସରକାର ବେଶ୍‌ କଡା ପଦକ୍ଷେପ ନେଇଛନ୍ତି। କରୋନା ସତର୍କତା ସୂରୁପ ଆଜି ଦିନ ୧୧ଟାଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ। ରାଜ୍ୟ ଭିତରକୁ ଗଡିବନି କୌଣସି ବାହାର ରାଜ୍ୟର ବସ୍। ସେହିପରି ରାଜ୍ୟ ଭିତରୁ ବାହାର ରାଜ୍ୟକୁ ବି ଯିବନି ବସ୍। ଏପଟେ ରାଜ୍ୟରେ ଲକ ଡାଉନ ବେଳେ ମାଲବାହୀ ଯାନ ଉପରେ ଲାଗିବନି କୌଣସି କଟକଣା। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ କୌଣସି ବାଧା ନଉପୁଜିବା ପାଇଁ ମାଲବାହୀ ଯାନବାହନ ଉପରେ କୌଣସି କଟକଣା ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। କୋଭିଡ୍ -୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ମାଲବାହୀ ଯାନ ସୂଚାରୁ ରୂପେ ଚଳାଚଳ କରିବ। ଏହାର ତଦାରଖ କରିବାକୁ ଏକ କ୍ଷମତାସମ୍ପନ୍ନ କମିଟି ଗଠିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ