ଆଜି ଦ୍ୱିତୀୟ ଅଭ୍ୟାସ ମ୍ୟାଚ
(ଯୁଗାବ୍ଦନ୍ୟୁଜ)ପ୍ରଥମ ଅଭ୍ୟାସ ମ୍ୟାଚ ରେ ନୈ÷ରାଶ୍ୟଜନକ ପ୍ରଦର୍ଶନ କରିଥିବା ଟିମ୍ ଇଣ୍ଡିଆ ଆଜି ଦିତ୍ୱୀୟ ମ୍ୟାଚ ବାଂଲାଦେଶ ବିରୋଧରେ ଖେଳିବା ପାଇ ଁ ପଡିଆକୁ ଓଲାଇଛି । ବାଂଲାଦେଶ ଅଧିନାୟକ ମାଶରଫି ମୋର୍ତାଜା ଟସ୍ ଜିତି ବ୍ୟାଟିଙ୍ଗ୍ ପାଇଁ ଭାରତକୁ ଆମନ୍ତ୍ରଣ କରିଛନ୍ତି । ଆଜି ମ୍ୟାଚରେ ଭାରତ ଅଲଗା କିଛି କରିଦେଖାଇବ ବୋଲି କ୍ରିକେଟ୍ ପ୍ରେମୀ ଆଶାରଖିଛନ୍ତି । ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ପରାଜୟ ପରେ ଏହି ମ୍ୟାରରେ ମନବଳ ସୁଦୃଢକରି ଖେଳିବୋଲି ଆଶାକରାଯାଉଛି । ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ହୋଇଛି ଚତୁର୍ଥକ୍ରମ ବ୍ୟାଟିଙ୍ଗ ୍ ଏହା ସହିତ ଦଳକୁ ବୋଲିଂ ଲାଇନ୍ ଉପରେ ନଜର ଦେବାକୁ ପଡିବ । ଅନ୍ୟପଟେ ଭାରତର ବ୍ୟାଟିଙ୍ଗ ସୁଦୃଢ ଥିଲେ ମଧ୍ୟ ପ୍ରଥମ ମ୍ୟାଚରେ ଦଳ ର ଆଗଧାଡିର ବ୍ୟାଟସ୍ ମ୍ୟାନ ମାନେ ବହୁସମୟ କ୍ରିଜ୍ ରେ ରହିପାରି ନଥିରେ । ଏହା ଉପରେ ମଧ୍ୟ ନଜର ଦେବ ଟିମ୍ ଇଣ୍ଡିଆ । ବାଂଲାଦେଶ ପ୍ରଥମ ଅଭ୍ୟାସ ମ୍ୟାଚ ପାକିସ୍ତାନ ବିପକ୍ଷରେ ଥିଲା କିନ୍ତୁ ବର୍ଷା ଯୋଗୁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା । ଏହି ଅଭ୍ୟାସ ମ୍ୟାଚ ଜିତିବାକୁ ଚେଷ୍ଟା କରିବ ବାଂଲାଦେଶ । ଏବେ ଦେଖିବାକୁ ବାକି ରହିଲା କିଏ ବାଜିମାରୁଛି ଆଜି ମ୍ୟାଚ ।


