ଆଜି ଦ୍ୱିତୀୟ କ୍ୱାଲିଫାୟାର ସିଏସକୁ ଭେଟିବ ଦିଲ୍ଲୀ

୨୦୧୯ ଆଇପିଏଲର ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ମୁମ୍ବାଇ ଇଣ୍ଡିଆନସ । ଆଜି ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ ଦିଲ୍ଲୀ କ୍ୟାପିଟାଲ ଓ ସୁପର ଚେନାଇ ସୁପରକିଙ୍ଗ ଭାବରେ ରାତି ସାଢେ ୭ ଟାରେ ବିଶାଖାପାଟଣା ଠାରେ ଖେଳାଯିବ । ଏହି ମ୍ୟାଚରୁ ଜିତିବା ଦଳ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ଆଇପିଏଲର ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସକୁ ଭେଟିବ । ବୁଧବାର ସନରାଇଜରସ ହାଇଦ୍ରାବାଦ କୁ ହରାଇ ଦ୍ୱିଲୀ କ୍ୟାପିଟାଲ ୨ ରେ ପହଞ୍ଚିଛି । ଅନ୍ୟପଟେ ଅଭିଞ୍ଜ ଚେନ୍ନାଇ ଓ ଯୁବଦଳ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ କଡା ଟକ୍କର ହେବ ବୋଲି କ୍ରିଡା ପ୍ରେମୀ ଆଶା ରଖିଛନ୍ତି । ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ ଖେଳିବାର ଆଶା ରଖିଛି ଦିଲ୍ଲୀ କ୍ୟାପିଟାଲ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ