ଆଜି ନନ୍ଦ କିଶୋର ମେମୋରିଆଲ ମହିଳା ଫୁଟବଲ ଫାଇନାଲ ମ୍ୟାଚ୍‌

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ, ଭୁବନେଶ୍ୱର ସିଟି କ୍ଲବ ଏବଂ ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୭.୧୨.୨୦୨୩ରିଖ (ରବିବାର) ଦିବା ୩.୩୦ ମିନିଟ୍ ସମୟରେ ଭୁବନେଶ୍ୱର ଫୁଟବଲ ଏକାଡ଼େମୀ ଷ୍ଟାଡ଼ିୟମ, ୟୁନିଟ୍‌-୧ ଠାରେ ରାଜ୍ୟସ୍ତରୀୟ ଦ୍ୱିତୀୟ ନନ୍ଦ କିଶୋର ପଟ୍ଟନାୟକ ମେମୋରିଆଲ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟର କଟକ ବିଡ଼ାନାସୀ କ୍ଲବ ଏବଂ ଭୁବନେଶ୍ୱରର କିଟ୍‌-କିିସ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଫୁଟବଲ୍ ଆସୋସିଏସନ ଅଫ ଓଡ଼ିଶାର ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ସଂଗଠନର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ରୁଚି ମମସଲାର ଅଧ୍ୟକ୍ଷ ଡ. ଶରତ କୁମାର ସାହୁ, ଭୁବନେଶ୍ୱର ଆଥଲେଟିକ ଆସୋସିଏସନର ସମ୍ପାଦକ ଡଃ ସୌର୍ଯ୍ୟ ରଞ୍ଜନ ପରିଜା, ଚାଟାର୍ଡ଼ ଆକାଉଣ୍ଟ ରାଜୀବ ଶେଖର ସାହୁ ଯୋଗଦାନ କରିବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ଅପରାହ୍ନ ୪.୩୦ ମିନିଟ୍ ସମୟରେ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ । ଚମ୍ପିଅନ ଦଳକୁ ୧୫ ହଜାର ଏବଂ ରନର୍ସ ଅପ ଦଳକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ