ଆଜି ନବୀନ-ମୋଦୀ ଆଲୋଚନା

ନୂଆଦିଲ୍ଲୀ : କରୋନା ମୁକାବିଲା ନେଇ ଭବିଷ୍ୟତ ରଣ କୌଶଳ ପ୍ରସ୍ତୁତି ସଂପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ଆଲୋଚନା କରିବେ। ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ଦେଶବ୍ୟାପୀ ଜାରି କରାଯାଇଥିବା ଲକଡାଉନର ପ୍ରଥମ ପର୍ୟ୍ୟାୟ କୋହଳ କରାଯିବାର ଦୁଇସପ୍ତାହ ପରେ ଦେଶର ଅର୍ଥନୀତି କ୍ରମଶଃ ସ୍ୱାଭାବିକ ହେବାରେ ଲାଗିଛି। ସେ କହିଛନ୍ତି ଗତ କିଛିସପ୍ତାହ ଧରି ନିଆଯାଇଥିବା ବିଭିନ୍ନ ପଦକ୍ଷେପ କାରଣରୁ ଦେଶର ଅର୍ଥ ବ୍ୟବସ୍ଥାରେ ସବୁଜ ସଂକେତ ପରିଲକ୍ଷିତ ହୋଇଛି। ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଡିଜିଟାଲ୍‍ ଅର୍ଥ ପଇଠ ଲକଡାଉନ ପୂର୍ବସ୍ତରରେ ପହଞ୍ଚି ପାରିଛି। ସେହିଭଳି ଗତମାସରେ ଟୋଲ୍‍ ଆଦାୟ ବୃଦ୍ଧି ପାଇବା ସହ ରପ୍ତାନୀରେ ମଧ୍ୟ ସୁଧାର ଆସିଛି। ଏହି ସଂକେତ ଆମକୁ ଆଗକୁ ବଢ଼ିବା ଲାଗି ଉତ୍ସାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ