ଆଜି ପଦ୍ମ ବିଭୁଷଣ ବିକ୍ରମ ସରାଭାଇଙ୍କ ଜନ୍ମଦିନ
(ଯୁଗାବ୍ଦ ନ୍ୟୁଜ) , ଆଜି ଇସ୍ରୋର ପ୍ରାଣ ପ୍ରତିଷ୍ଠାତା ତଥା ବିଶିଷ୍ଠ ମହାକାଶ ବିଜ୍ଞାନୀ ବିକ୍ରମ ଅମ୍ବାଲାଲ ସରାଭାଇଙ୍କ ୧୦୦ତମ ଜନ୍ମ ତିଥୀ । ୧୯୪୯ ମସିହା ଅଗଷ୍ଟ ୧୨ରେ ଗୁଜୁରାଟର ଅହମ୍ମଦାବାଦ ସହରରେ ଜନ୍ମ ଗ୍ରହଣ କରିଥିଲେ ଏହି ବିଶିଷ୍ଟ ବୈଜ୍ଞାନିକ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବାଲ୍ୟାବସ୍ଥାରୁ ଜଣାପଡିଥିଲା ସେ ଜଣେ ପ୍ରଚଣ୍ଡ ଧୀ ସମ୍ପନ୍ନ ବ୍ୟକ୍ତି । ମହାତ୍ମା ଗାନ୍ଧୀଙ୍କ ପରି ତାଙ୍କର ବଡ ବଡ କାନଥିଲା । କେହି ଚିନ୍ତା କରିନଥିଲେ ସାଧାରଣ ଲୁଗା ବ୍ୟବସାୟ ଘରେ ଜନ୍ମ ଗ୍ରହଣ କରିଥିବା ଏହି ବ୍ୟକ୍ତି ସାରା ବିଶ୍ୱର ଜଣେ ସୁପ୍ରତିଷ୍ଠିତ ବୈଜ୍ଞାନିକ ହେବ ବୋଲି । ଏହି ମହାନ ପରୁଷଙ୍କ ୧୦୦ ତମ ଜନ୍ମ ଦିବସରେ ଗୁଗୁଲ ଡୁଡୁଲ ନିଜର ଫ୍ରଣ୍ଟ ପେଜରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ସରାବଭାଇଙ୍କ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ସମ୍ମାନ ଜନକ ପଦ୍ମଭୂଷଣ, ପଦ୍ମ ବିଭୁଷଣ ସମ୍ମାନରେ ସମ୍ାମାନିତ କରିଥିଲେ । ବିକ୍ରମ ସରାଭାଇଙ୍କ ପିଲାଦାନ ବହୁତ ଆନନ୍ଦରେ କଟିଥିଲା । ତାଙ୍କୁ ଯେବ୍ୱେଳେ ୧୮ ବର୍ଷ ବୟସରେ ତାଙ୍କର ବନ୍ଧୁ ରବିନ୍ଦ୍ର ନାଥ ଟାଗୋରଙ୍କ ଉପଦେଶ କ୍ରମେ ଇଂଲଣ୍ଡର ସୁପ୍ରସିଦ୍ଧ ବିଶ୍ୱ ବିଦ୍ୟାଳୟ କେମ୍ବ୍ରିଜରେ ପାଠ ପଢିବାର ସୁଯୋଗ ପାଇଥିଲେ । ୧୯୪୫ ମସିହାରେ ଯେତେବେଳେ ବିଶ୍ୱ ଯୁଦ୍ଧ ଚାଲିଥିଲା ସେ ବେଙ୍ଗାଲୁରର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ ସି.ଭି ରମଣଙ୍କ ଅଧୀନରେ ରିସର୍ଚ୍ଚ କରିବାପାଇଁ ସୌଭାଗ୍ୟ ଅର୍ଜନ କରିଥିଲେ । ଗବେଷଣା କରିବା ସମୟରେ ହୋମୀ ଜାହାଙ୍ଗୀର ଭାବାଙ୍କ ସହ ମିଶିଥିଲେ । ଏହି ସମୟରେ ସେ ସମୟର ପ୍ରଖ୍ୟାତ କ୍ଲାସିକାଲ ଡ୍ୟାନ୍ସର ମୃଣାଳୀ ସ୍ୱାମୀନାଥନଙ୍କୁ ପ୍ରେମ ବିବାହ କରିଥିଲେ । ଆଜି ଇସ୍ରୋ ହେଉଛି ତାଙ୍କର ମାନସ ସନ୍ତାନ । ୧୯୬୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ତାଙ୍କ ମାର୍ଗ ଦର୍ଶକରେ ପ୍ରତିଷ୍ଠା କରାଯାଇଥିଲା । ଆଜି ଇସ୍ରୋ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଚନ୍ଦ୍ରଯାନ-୧ ଠାରୁ ଆରମ୍ଭ କରି ଚନ୍ଦ୍ରଯାନ-୨ ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିରଳ ରେକର୍ଡ କରୁଛି ଇସ୍ରୋ । ନିକଟରେ ପ୍ରେରଣ କରାଯାଇଥିବା ଚନ୍ଦ୍ରଯାନ-୨ ସଫଳତାର ସହ ଗୋଟିଏ ପରେ ଗୋଟିଏ ପାଦ ଅତିକ୍ରମ କରୁଥିବାବେଳେ ଇସ୍ରୋର ସେହି ସଫଳତାର କାହାଣୀକୁ ମନେପକାଉଛି ।